Sun. Mar 8th, 2026

ଅସଦାଚରଣ କରୁଥିବା ସଂପାଦକଙ୍କୁ ହତ୍ୟା କଲେ ମହିଳା ସାମ୍ବାଦିକ

380 Views

ଥାନେ:ଜଣେ ଇଣ୍ଟରନ୍‌ସିପ୍‌ କରୁଥିବା ମହିଳା ସାମ୍ବାଦିକା ଓ ପ୍ରିଣ୍ଟରଙ୍କୁ ଏକ ପତ୍ରିକା ଓ ଓ୍ଵବ୍‌ ପୋର୍ଟାଲର ସଂପାଦକଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଥାନେ ଗ୍ରାମାଞ୍ଚଳ ପୁଲିସ ଗିରଫ କରିଛି। ହତ୍ୟା ହୋଇଥିବା ସଂପାଦକଙ୍କ ନାଆଁ ହେଲା ନିତ୍ୟାନନ୍ଦ ପାଣ୍ଡେ। ତାଙ୍କ ବୟସ ୪୪ ବର୍ଷ ବୋଲି ଜଣାଯାଇଛି। ତାଙ୍କର ମୃତ ଦେହକୁ ପୁଲିସ ଭିଓ୍ଵାଣ୍ଡି ବ୍ରିଜ୍‌ତଳେ ଠାବ କରିଥିଲା।

ପୁଲିସ କହିଛି ଯେ ନିତ୍ୟାନନ୍ଦ ପାଣ୍ଡେ ମହିଳାମାନଙ୍କ ସହ ଅସଦାଚରଣ କରୁଥିଲେ। ସେ ଗତ ଦୁଇ ବର୍ଷ ଧରି ତାଙ୍କ ପତ୍ରିକା ଓ ଓ୍ଵବ ପୋର୍ଟାଲରେ ଜଣେ ଇଣ୍ଟରନସିପ୍‌ ମହିଳା ସାମ୍ବାଦିକାଙ୍କୁ ଦୁଷ୍କର୍ମ କରୁଥିଲେ। ଏଥିରେ କ୍ଷୁବ୍ଧ ହୋଇ ଉକ୍ତ ସାମ୍ବାଦିକା ପ୍ରିଣ୍ଟର ସତୀଶ ମିଶ୍ର(୩୪)ଙ୍କ ସହିତ ମିଶି ନିତ୍ୟାନନ୍ଦ ପାଣ୍ଡେଙ୍କୁ ହତ୍ୟା କରିଥିଲେ। ସାମ୍ବାଦିକା ଓ ସତୀଶ ନିତ୍ୟାନନ୍ଦ ପାଣ୍ଡେଙ୍କୁ ଏକ ଘର ଦେଖାଇବା ବାହାନାରେ କାର୍‌ରେ ନେଇଥିଲେ।

ତା’ପରେ ସତୀଶ ନିତ୍ୟାନନ୍ଦ ପାଣ୍ଡେଙ୍କୁ ମଦ ପିଆଇଥିଲେ। ମଦ ପିଇ ନିଶ୍ଚେତ ହେବା ପରେ କାର୍‌ ଅଟକାଇ ସେ ଦୁହେଁ ଦଉଡିରେ ତାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ। ଭିଓ୍ଵାଣ୍ଡିଠାରେ ମୃତ ଦେହକୁ ଫିଙ୍ଗି ଦେଇ ଚାଲି ଆସିଥିଲେ।

By amfnews

Related Post