Sat. Mar 7th, 2026

ଅଷ୍ଟ୍ରେଲିଆ ଭିସା ପାଇଁ କାଗଜପତ୍ରରେ ବାହାହେଲେ ଭାଇଭଉଣୀ, ଧରାପଡ଼ିବା ପରେ ଫେରାର

247 Views

ଚଣ୍ଡିଗଡ଼: ବିଦେଶ ଭ୍ରମଣ, ବିଦେଶ ଚାକିରି ପାଇଁ ଯୁବ ଗୋଷ୍ଠୀ କିପରି ପାଗଳ ତାର ଏକ ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ପଞ୍ଜାବରେ। ନିଜ ଇଚ୍ଛାକୁ ଚରିତାର୍ଥ କରିବା ପାଇଁ ସମସ୍ତ ନୀତି, ନୈତିକତା, ସାମାଜିବ ବ୍ୟବସ୍ଥା, ଧାର୍ମିକ ଭାବନା, ଆଇନଗତ ପ୍ରତିବନ୍ଧକକୁ ଫୁ’ରେ ଉଡ଼ାଇ ଦେଇ ଦୁଇଜଣ ଭାଇ ଭଉଣୀ କାଗଜପତ୍ରରେ ବିବାହ କରି ସ୍ୱାମୀସ୍ତ୍ରୀ ଭାବେ ଭାରତୀୟ ପାସପୋର୍ଟ ଓ ଅଷ୍ଟେଲିଆ ଭିସା ହାସଲ କରିଛନ୍ତି। ତଦନ୍ତ ବେଳେ ଏହା ଅଷ୍ଟେଲିଆ ଅଧିକାରୀମାନେ ଜାଣି ପାରିବା ପରେ ବର୍ତ୍ତମାନ ଏହି ଭାଇ ଭଉଣୀ ଫେରାର ହୋଇଯାଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଜଣେ ଯୁବତୀ ପଞ୍ଜାବର ଏକ ବିବାହ ପଞ୍ଜିିକରଣ କୋର୍ଟଜଣେ ଯୁବକଙ୍କ ସହିତ ବିବାହ କରି ଥିଲେ। ପରେଏହି ବିବାହ ପ୍ରମାଣ ପତ୍ର ଦେଇ ଭାରତୀୟ ପାସପୋର୍ଟ ଓ ଅଷ୍ଟ୍ରେଲିଆ ଭିସା ମଧ୍ୟ ହାସଲ କରି ନେଇଥିଲେ।ଏହି ଜାଲ ପାସପୋର୍ଟ, ଭିସା ବ୍ୟବହାର କରି ଉଭୟ ସ୍ୱାମୀସ୍ତ୍ରୀ ଭାବେ ପହଞ୍ଚି ଯାଇଥିଲେ। ତେବେ ପରେ ଜଣାପଡ଼ିଥିଲା ଯେ, ଯୁବତୀ ଜଣକ ତାଙ୍କ ସମ୍ପର୍କୀୟାଙ୍କ କାଗଜପତ୍ର ଜାଲି କରି ନିଜ ଭାଇଙ୍କ ସହିତ କାଗଜପତ୍ରରେ ବିବାହ କରି ପାସପୋର୍ଟ, ଭିସା ହାସଲ କରିଛନ୍ତି। ଅଷ୍ଟ୍ରେଲିଆ କର୍ତ୍ତୃପକ୍ଷ ଏ ନେଇ ତଦନ୍ତ ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟ ଯେ ଗତ ୪ ବର୍ଷ ମଧ୍ୟରେ ୧୫ଶହରୁ ଅଧିକ ଭିସାକୁ ଅଷ୍ଟ୍ରେଲିଆ କର୍ତ୍ତୃପକ୍ଷ ଖାରଜ କରିଛନ୍ତି।ସେମାନଙ୍କ ମଧ୍ୟରୁ ଅଧିକାଂଶ ଜାଲ୍‌ କରି ଏହି ଭିସା ସଂଗ୍ରହ କରିଥିଲେ।

By amfnews

Related Post