Mon. Jan 13th, 2025

ଅଷ୍ଟ୍ରେଲିଆରେ ଆମେ ହାର୍ଦ୍ଦିକଙ୍କ ଅନୁପସ୍ଥିତି ଅନୁଭବ କରିବୁ: ରବି ଶାସ୍ତ୍ରୀ

By amfnews Nov 19, 2018 #Featured
165 Views

ବ୍ରିସବେନ,ନଭେମ୍ବର୧୮: ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳା ପାଇଁ ଭାରତୀୟ ଦଳ ଅଷ୍ଟ୍ରେଲିଆରେ  ପହଞ୍ଚି ସାରିଛନ୍ତି। ନଭେମ୍ବର ୨୧ରେ ଭାରତ ଆରମ୍ଭ ହେବାକୁ ଯାଉଥିବା ଟି-୨୦ ଶୃଙ୍ଖଳାରୁ ନିଜର ଅଭିଯାନ ଆରମ୍ଭ କରିବ। ଏହି କ୍ରମରେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ କହିଛନ୍ତି ଯେ ଘରୋଇ ଅଷ୍ଟ୍ରେଲିଆ ସହିତ ହେବାକୁ ଥିବା ସୀମିତ ଓଭର ଶୃଙ୍ଖଳାରେ ଭାରତ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିକୁ ଅନୁଭବ କରିବ।  ହାର୍ଦ୍ଦିକ ୟୁଏଇରେ ହୋଇଥିବା ଏସିଆ କପ ସମୟରେ ଆହତ ହୋଇଥିଲେ। ତେବେଠୁ ସେ ଦଳରୁ ବାହାରେ ଅଛନ୍ତି। ହାର୍ଦ୍ଦିକ ଥିଲେ ଦଳରେ ସନ୍ତୁଳନ ବଜାୟ ରହିଥାଏ ଏବଂ ସେ ଜଣେ ଅତିରିକ୍ତ ବୋଲରଙ୍କ ଅଭାବକୁ ପୂରା କରିଥାଏ।

ଭାରତକୁ ନଭେମ୍ବର ୨୧ରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଖେଳିବାକୁ ଯାଉଛି। ଅଷ୍ଟ୍ରେଲିଆ ଗସ୍ତରେ ପହଞ୍ଚିଥିବା ଭାରତୀୟ ଦଳର ମୁଖ୍ୟ କୋଚ୍ ଶାସ୍ତ୍ରୀ ଗସ୍ତର ପ୍ରଥମ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଆମକୁ ଜଣେ ଖେଳାଳିଙ୍କ ଅନୁପସ୍ଥିତିର ଅନୁଭବ ରହିବ ଏବଂ ସେ ଖେଳାଳି ହେଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା, ଯିଏ ଆହତ ଅଛନ୍ତି। ସେ ବୋଲିଂ ଓ ବ୍ୟାଟିଂ ରୂପେ ଦଳର ସନ୍ତୁଳଣ ରକ୍ଷା କରନ୍ତି। ଏହି କାରଣରୁ ଦଳକୁ ଅତିରିକ୍ତ ବୋଲରଙ୍କୁ ଖେଳାଇବାକୁ ପଡ଼ିପାରେ। ଆମେ ଆଶା କରୁଛୁ ଯେ ସେ ଶୀଘ୍ର ଫିଟ୍ ହୋଇଯିବେ। ଯଦି ଦ୍ରୁତ ବୋଲର ଭଲ ପ୍ରଦର୍ଶନ କରନ୍ତି ତେବେ ଆମକୁ ତାଙ୍କର ଅନୁପସ୍ଥିତି ଅନୁଭବ ହେବ ନାହିଁ।

By amfnews

Related Post