Wed. Mar 11th, 2026

ଅଷ୍ଟମଶ୍ରେଣୀ ଛାତ୍ରୀଙ୍କ ଶିଶୁ ଜନ୍ମ ଦେବା ଘଟଣା: କନ୍ଧମାଳରେ ୧୨ ଘଣ୍ଟିଆ ବନ୍ଦ ପାଳନ

193 Views

ଫୁଲବାଣୀ/ଦାରିଙ୍ଗବାଡ଼ି , ଜାନୁଆରୀ ୧୭ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ସରକାରୀ ସେବାଶ୍ରମ ସ୍କୁଲ ଛାତ୍ରୀ ନିବାସରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ଶିଶୁ ଜନ୍ମ ଦେବା ଘଟଣା ପ୍ରତିବାଦରେ ଆଜି କନ୍ଧମାଳ ସୁରକ୍ଷା ଅଭିଯାନ ପକ୍ଷରୁ ୧୨ ଘଣ୍ଟିଆ କନ୍ଧମାଳ ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ କନ୍ଧମାଳ ବନ୍ଦ ପାଳନ କରାଯାଉତିବା ପରିପ୍ରେକ୍ଷୀରେ ଜିଲ୍ଲା ସଦର ମହକୁମା ସହିତ ବିଭିନ୍ନ ବ୍ଲକ୍‌ ଅଞ୍ଚଳରେ ମଧ୍ୟ ଦୋାନବଜାର ଓ ଯାନବାହନ ଚଳାଚଳ ବନ୍ଦ ରହିଛି। ଏହି ବନ୍ଦକୁ ବିଜେପି ପକ୍ଷରୁ ସମର୍ଥନ ଘୋଷଣା କରାଯାଇଛି।

ଜଣେ ଅଷ୍ଟମ ଶ୍ୟେଈର ନାବାଳିକା ଛାତ୍ରୀ ଶିଶୁଜନ୍ମ ଦେବା ଭଳି ି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ସାରା ରାଜ୍ୟରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଯଦିଓ ପ୍ରଶାସନ ଏହି ଘଟଣାରେ ୧୦ରୁ ଅଧିକ ଲୋକଙ୍କ ବିରୋଧରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଓ ଘଟରାର ମୁଖ୍ୟ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛନ୍ତି, ତଥାପି ଏପରି ଏକ ଘଟଣାର ପ୍ରତିବାଦରେ କନ୍ଧମାଳ ସୁରକ୍ଷା ଅଭିଯାନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା। ଏହି ବନ୍ଦ ଡାକରାକୁ ବିଜେପି ପକ୍ଷରୁ ବନ୍ଦକୁ ସମର୍ଥନ ଘୋଷଣା କରାଯାଇଛି। ବନ୍ଦ ପାଳନ ଯୋଗୁଁ ଦୋକାନବଜାର, ଗାଡ଼ିିମୋଟର ଚଳାଚଳ ବନ୍ଦ ଥିବା ବେଳେ ରାସ୍ତା ଉପରେ ଟାୟାର ଜାଳି ବନ୍ଦ ପାଳନ କରାଯାଉଛି। ବିଭିନ୍ନ ସରକାରୀ, ବେସରକାରୀ ଅନୁଷ୍ଠାନ ସମ୍ମୁଖରେ ଅନ୍ଦୋଳନକାରୀମାନେ ପିକେଟିଂ କରୁଛନ୍ତି।

By amfnews

Related Post