Sun. Mar 8th, 2026

ଅଶ୍ଳୀଳ ଫଟୋକୁ କେନ୍ଦ୍ର କରି ଆତ୍ମହତ୍ୟା କଲେ ଛାତ୍ରୀ, ୨ଶିକ୍ଷକଙ୍କ ସହ ୩ ସହପାଠୀ ଗିରଫ

196 Views

ଆସାମ: ନିଜ ସାଙ୍ଗ ସହ ଅଶ୍ଳୀଳ ଫଟୋ ଉଠାଇ ଅପମାନିତ ହେବା ପରେ ଜଣେ ୧୪ ବର୍ଷିୟା ବାଳିକା ଆତ୍ମହତ୍ୟା କରିଛନ୍ତି। ପୋଲିସ ସୂଚନା ଅନୁଯାୟୀ ନୁନମାଟି ଅଞ୍ଚଳରେ ରହୁଥିବା ଝିଅ ଜଣକ ଗତ ୨୪ ଅକ୍ଟୋବର ଦିନ ନିଜର ଡ୍ୟାନ୍ସ କ୍ଲାସରେ ସେହି ଫଟୋଟି ଉଠାଇଥିଲେ। ପୋଲିସ ଅଧିକାରୀ ପଲ୍ଲବ ତାମୁଲୀଙ୍କ କହିବା ଅନୁଯାୟୀ କିଶୋରୀ ଜଣକ ନିଜର ସୁଇସାଇଡ୍‌ ନୋଟରେ ଲେଖିଛନ୍ତି, ମୁଁ ମୋ ଡ୍ୟାନ୍ସ କ୍ଲାସରେ ସାଙ୍ଗମାନଙ୍କ ସହ କିଛି ଫଟୋ ଉଠାଇଥିଲି। କିନ୍ତୁ ଏହି ବିଷୟରେ ଶିକ୍ଷକ ଜାଣିବା ପରେ ଉକ୍ତ ଝିଅ ସହ ଅନ୍ୟ ପୁଅ ଉପରେ ଆରୋପ ଲଗାଇଥିଲେ।

ରିପୋର୍ଟ ଅନୁଯାୟୀ ଛାତ୍ରୀ ଜଣକ ନିଜର ସୁଇସାଇଡ୍‌ ନୋଟରେ ନିଜର ମୃତ୍ୟୁ ପାଇଁ ତିନି ଜଣ ସହପାଠୀ ଏବଂ ଦୁଇଜଣ ଶିକ୍ଷକଙ୍କୁ ଦୋଷି ସାବ୍ୟସ୍ତ କରିଛନ୍ତି। ପୋଲିସ କହିବା ଅନୁଯାୟୀ ଉକ୍ତ ଫଟୋ ଦେଖିବା ପରେ ଶିକ୍ଷକ ଉକ୍ତ ଛାତ୍ରୀକୁ ଶ୍ରେଣୀରୁ ବାହାର କରିଦେଇଥିଲେ। ସୂଚନା ଅନୁଯାୟୀ ବର୍ତ୍ତମାନ ପୋଲିସ ଏହି ଘଟଣାରେ ତିନିଜଣ କିଶୋର ଏବଂ ଦୁଇଜଣ ଶିକ୍ଷକଙ୍କୁ ଗିରଫ କରିଛି।

By amfnews

Related Post