Sat. Mar 7th, 2026

ଅଶ୍ଳୀଳ ଫଟୋ ପାଇଁ ଯୁବତୀଙ୍କ ଆତ୍ମହତ୍ୟା ଘଟଣା : ନାଉଗାଁ ପୁଲିସ ପାଇଁ ଅଡ଼ୁଆରେ ସରକାର

?????????????????????????????????????????????????????????
168 Views

ଜଗତ୍‌ସିଂହପୁର : ଅଶ୍ଳୀଳ ଫଟୋ ପାଇଁ ଜଗତ୍‌ସିଂହପୁର ନାଉଗାଁ ଅଞ୍ଚଳର ଜଣେ ଯୁବତୀଙ୍କ ମୃତ୍ୟୁ ଘଟଣାକୁ ନେଇ ଆଜି ବିଧାନଭସାରେ ଝଡ଼ ସୃଷ୍ଟି ହୋଇଛି। ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏ ନେଇ ସରକାରଙ୍କୁ କଠୋର ଭାଷାରେ ସମାଲୋଚନା କରିବା ସହ ଏହା ସତ ହୋଇଥିଲେ ନିଶ୍ଚିତ ଭାବେ ସାଂଘାତିକ ବୋଲି କହିଛନ୍ତି। ପୁଲିସ ନିକଟରେ ଅଭିଯୋଗ ହୋଇଥିଲେ ବି କୌଣସି ପଦକ୍ଷେପ ନିଆଯାଇ ନଥିଲା। ଏମିତିକି ମୃତ୍ୟୁ ପରେ ଗାଁ ଶ୍ମଶାନରେ ଯୁବତୀଙ୍କ ଶବଦାହ ପାଇଁ ଅନୁମତି ମିଳି ନଥିଲା। ଗାଁଠାରୁ ଦୂରକୁ ଯାଇ ପରିବାର ଲୋକ ଶବ ସତ୍କାର କରିଥିଲେ। ଏଭଳି ଘଟଣାକୁ ନେଇ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ନାଉଗାଁ ପୁଲିସ୍‌ର ନିଷ୍କ୍ରିୟତା ଯୋଗୁ ଏହି ଘଟଣାରେ ସରକାର ଆଜି ଅଡ଼ୁଆରେ ପଡ଼ିଥିବା ସ୍ପଷ୍ଟ ହୋଇଛି।

ନାଉଗାଁ ଥାନା ପୁଲିସ ଅଭିଯୁକ୍ତକୁ ସୁରକ୍ଷା ଦେବାକୁ ଉଦ୍ୟମ କରୁଥିବା ନେଇ ଅଭିଯୋଗ ହୋଇଆସୁଛି। ଏପରିକି, ପ୍ରଥମରୁ କୋଳଳ ଦଫା ଲଗା ଯାଇଥିଲା। ପରେ ବିରୋଧ ହେବାରୁ ଦଳିତଙ୍କ ପାଇଁ ଉଦ୍ଦିଷ୍ଟ ଦଫା ଲଗା ଯାଇଥିଲା। ସୂଚନା ଅନୁସାରେ, ନାଉଗାଁ ପୁଲିସ୍‌ ଘଟଣାର ଅଭିଯୁକ୍ତ ଦୀପକ ବେହୁରାଙ୍କ ବିରୋଧରେ ପ୍ରଥମେ ୩୦୬ ଓ ୨୦୨(୩)(୨)(ଏ) ଦଫା ଲଗାଇଥିଲେ। ଯୁବତୀଙ୍କ ଆତ୍ମହତ୍ୟା ପାଇଁ ଦାୟୀ ଓ ଅଶ୍ଳୀଳ ଫଟୋ ଉଠାଇ ଭାଇରାଲ କରିଥିବାରୁ ଦୀପକଙ୍କ ବିରୋଧରେ ଏହି ଦୁଇଟି ଦଫା ଲାଗିଥିଲା। ମାତ୍ର ଅଶ୍ଳୀଳ ଫଟୋ ଭାଇରାଲ କରିଥିବାରୁ ଲାଗିଥିବା ଦଫାରେ କଂପ୍ୟୁଟର ଅକ୍ଷରରେ ୨୦୨ ରହିଥିବା ବେଳେ ପରେ ହାତ ଅକ୍ଷରରେ ସେଥିରେ (୩, ୨ ଓ ଏ) ଯୋଡ଼ା ଯାଇଥିଲା। ପୀଡ଼ିତା ଜଣକ ଦଳିତ ପରିବାରର ଏବଂ ଜାତିକୁ ନେଇ ଅଭିଯୁକ୍ତ ଜଣକ ତାଙ୍କ ମା’ଙ୍କୁ ବାରମ୍ବାର ହଇରାଣ କରୁଥିବା ଏତଲାରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି। ମାତ୍ର ଏହି ମାମଲାରେ ପୁଲିସ ଜାତିକୁ ନେଇ ଆବଶ୍ୟକ ଦଫା ଲଗାଇ ନଥିଲା। ଅଭିଯୁକ୍ତ ତାଙ୍କ ଝିଅର ଅଶ୍ଳୀଳ ଫଟୋ ଉଠାଇ ଭାଇରାଲ କରିବା ସହିତ କାନ୍ଥବାଡ଼ ଏମିତିକି ପୀଡ଼ିତାର ଘର ଆଗରେ ଲଗାଉଥିଲା। ପୂର୍ବରୁ ଥାନାରେ ଏ ସଂକ୍ରାନ୍ତରେ ଲିଖିତ ଭାବେ ଜଣାଇଥିଲେ ହେଁ ପୁଲିସ୍ କୌଣସି ପଦକ୍ଷେପ ନ ନେବାରୁ ସେ ତାଙ୍କ ଝିଅକୁ ହରାଇଛନ୍ତି ବୋଲି ମୃତ ଯୁବତୀଙ୍କ ମା’ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ, ଏହିଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ଆଜି ବିଧାନସଭାରେ ଆଲୋଚନା ସରଗରମ ହେବା ପରେ ନାଉଗାଁ ପୁଲିସ୍‌ ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରାଯାଇଛି। ପ୍ରାରମ୍ଭରୁ ଘଟଣାକୁ ଗୁରୁତ୍ବ ଦେଇଥିଲେ ଏପରି ପରିସ୍ଥିତି ସୃଷ୍ଟି ହୋଇନଥା’ନ୍ତା ବୋଲି ସମ୍ପୃକ୍ତ ଅଂଚଳର ବୁଦ୍ଧୀଜୀବୀମାନେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ, ଏହି ପ୍ରସଙ୍ଗକୁ ନେଇ ଆସନ୍ତା ୨୮ ତାରିଖରେ ଜାତୀୟ ଅନୁସୂଚିତ ଜାତି କମିସନ ଅଧ୍ୟକ୍ଷ ଓ କୋଲକାତାରୁ ବିଭାଗୀୟ ନିର୍ଦ୍ଦେଶକ ଜଗତସିଂହପୁର ଆସିବା କାର୍ଯ୍ୟକ୍ରମ ମଧ୍ୟ ଚୂଡ଼ାନ୍ତ ହୋଇଛି। ଜାତୀୟ ଅନୁସୂଚିତ ଜାତି କମିସନ ଅଧ୍ୟକ୍ଷଙ୍କ ଗସ୍ତକୁ ନେଇ ଚିନ୍ତାରେ ଥିବା ଜିଲ୍ଲା ପୁଲିସ ଏବେ ବିଧାନସଭାରେ ଏହି ପ୍ରସଙ୍ଗ ଉଠିବା ପରେ ଅଡ଼ୁଆରେ ପଡ଼ିଛି।

By amfnews

Related Post