Sat. Jan 25th, 2025

ଅର୍ମାନିଆ-ଆଜବୈଜାନ ହିଂସା: ୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ

By amfnews Oct 24, 2020 #Featured
127 Views

ଅଙ୍କାରା, ଅକ୍ଟୋବର ୨୪ : ଅର୍ମାନିଆ ଓ ଅଜରବୈଜାନ ମଧ୍ୟରେ ଦେଖାଯାଇଥିବା ହିଂସା ଶେଷ କରିବା ଲାଗି ଆମେରିକା ଆଗେଇ ଆସିଛି । ଆମେରିକା ବିଦେଶ ସଚିବ ମାଇକ ପୋମ୍ପିଓ ଉଭୟ ଦେଶର ନେତାଙ୍କ ସହିତ ଆଲୋଚନା କରିଛନ୍ତି । ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ଯଥା ସମ୍ଭବ ଉଦ୍ୟମ ହୋଇଛି । ମାତ୍ର ସମସ୍ତ ଉଦ୍ୟ ବିଫଳ ହୋଇଛି । 

ଅର୍ମାନିଆ ଓ ଅଜରବୈଜାନ ଏହି ପ୍ରସ୍ତାବିତ ଆଲୋଚନା ପୂର୍ବରୁ ଜଣେ ଅନ୍ୟ ଉପରେ ଯୁଦ୍ଧକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହୋଇଛି । ରୁଷିଆ ଦାବି କରିଛି ଯେ, ଉଭୟ ଦେଶର ଲଢ଼େଇରେ ଅତି କମରେ ୫୦୦୦ ଲୋକଙ୍କର ମୃତ୍ୟୁ ହୋଇଛି । ରୁଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁତିନ କହିଛନ୍ତି, ନାଗୋର୍ନୋ-କାରାବାଖ ଅଂଚଳକୁ ନେଇ ଅଜରବୈଜାନ ଓ ଅର୍ମାନିଆର ସେନା ମଧ୍ୟରେ ହୋଇଥିବା ହିଂସାରେ ୫୦୦୦ ଲୋକଙ୍କର ମୃତ୍ୟୁ ହୋଇଛି । 

ଏକ ବୈଠକରେ ପୁତିନ କହିଛନ୍ତି, ଉଭୟ ପକ୍ଷର ୨-୨ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ସେ କହିଛନ୍ତି ଯେ, ରୁଷିଆ ତରଫରୁ ଉଭୟ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା କରିବା ଲାଗି ଉଦ୍ୟମ କରାଯାଇଛି । କିନ୍ତୁ ଆଲୋଚନା ଜାରି ରହିଛି । ନାଗୋର୍ନୋ-କାରାବାଖ କହିବା ଅନୁଯାୟୀ ସେପ୍ଟେମ୍ବର ୨୭ ଯାଏଁ ଏପର୍ଯ୍ୟନ୍ତ ୮୭୪ ସୈନିକଙ୍କ ମୃତ୍ୟୁ ହୋଇଛି । ସେହିଭଳି ୩୭ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଛି । ସେହିଭଳି ଅଜରବୈଜାନ କହିଛି, ତାର ୬୧ ଜଣଙ୍କର ମୃତ୍ୟୁ ହୋଇଛି ।

By amfnews

Related Post