Sat. Mar 7th, 2026

ଅର୍ଦ୍ଧାଧିକ ଭାଜପା ସାଂସଦଙ୍କ ରିପୋର୍ଟ ସନ୍ତୋଷଜନକ ନୁହେଁ !

433 Views

ନୂଆଦିଲ୍ଲୀ:ନିର୍ବାଚନ ତାରିଖ ଘୋଷିତ ହେବା ପରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଅଧିକ ଗତିଶୀଳ ହୋଇଛି। ଏଥର ଭାଜପା ଅଧିକ ସଂଖ୍ୟକ ଲୋକସଭା ସଦସ୍ୟଙ୍କୁ ପୁଣି ଟିକେଟ୍‌ ଦେଉନଥିବା କୁହାଯାଉଛି। ପାର୍ଟିର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ଭାରତୀୟ ଜନତା ପାର୍ଟିର ୪୦ ପ୍ରତିଶତ ଆସନରେ ନୂଆ ମୁହଁଙ୍କୁ ଦଳ ପ୍ରାର୍ଥୀ କରିବ। ଏହି ନିଷ୍ପତ୍ତି ଦିନେ ଦୁଇଦିନ ମଧ୍ୟରେ ହେବ ବୋଲି ସେ କହିଛନ୍ତି।

ଆଗାମୀ ଏପ୍ରିଲ ୧୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ମତଦାନ ଲାଗି ଦଳ ୯୧ ଜଣ ପ୍ରାର୍ଥୀ ତାଲିକାକୁ ଅନ୍ତିମରୂପ ଦିଆଯାଉଛି। ଏୟାର ଷ୍ଟ୍ରାଇକ୍‌ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଲୋକପ୍ରିୟତା ୫୦ ପ୍ରତିଶତରୁ ୬୨ ପ୍ରତିଶତକୁ ବୃଦ୍ଧି ପାଇଛି। ଏହା ମଧ୍ୟ ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି।

ନିଜର ଏଜେନ୍ସି ଜରିଆରେ ଦଳ ସାଂସଦମାନଙ୍କ କାର୍ଯ୍ୟକଳାପ ଓ ଜିତିବାର ସମ୍ଭାବନାର ଆକଳନ କରିଥିବା କୁହାଯାଉଛି। ଏମାନଙ୍କ ମଧ୍ୟରୁ ପ୍ରାୟ ଅର୍ଦ୍ଧାଧିକ ସାଂସଦଙ୍କ ରିପୋର୍ଟ ସନ୍ତୋଷଜନକ ନୁହେଁ ବୋଲି କୁହାଯାଉଛି।

By amfnews

Related Post