Mon. Jan 27th, 2025

ଅରୁଣାଚଳ ପ୍ରଦେଶ ନେଇ ଆମେରିକାର ପ୍ରତିକ୍ରିୟା, ଚୀନକୁ ଲାଗିଲା ପୁଣି ଝଟକା

By amfnews Oct 2, 2020 #Featured
142 Views

ୱାଶିଂଟନ, ଅକ୍ଟୋବର ୦୨ : ଆମେରିକା ପୁଣି ଥରେ ଚୀନକୁ ବଡ଼ ଝଟକା ଦେଇ ଭାରତ ସପକ୍ଷରେ ବୟାନ ଦେଇଛି । ଅରୁଣାଚଳ ପ୍ରଦେଶ ପ୍ରସଙ୍ଗରେ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ସ୍ପଷ୍ଟ ଭାବେ କହିଛି ଯେ, ନୂଆଦିଲ୍ଲୀର ଦାବିକୁ ଆମେରିକା ସମର୍ଥନ ଜଣାଉଛି ।

ଅରୁଣାଚଳ ପ୍ରଦେଶକୁ ନେଇ ଚୀନ ନିକଟରେ ବୟାନ ଦେଇଥିଲା । ଆମେରିକା ଏବେ ଏହି ପ୍ରସଙ୍ଗରେ କହିଛି । ଆମେରିକାର ଗୃହ ବିଭାଗ ବୟାନ ଜାରି କରି କହିଛି ଯେ, ପାଖାପାଖି ୬୦ ବର୍ଷ ହେବ ଆମେରିକା ଅରୁଣାଚଳ ପ୍ରଦେଶକୁ ଭାରତର ଅଂଶବିଶେଷ ଭାବେ ଦେଖିଆସିଛି । ଆମେ ବାସ୍ତବିକ ନିୟନ୍ତ୍ରଣ ରେଖାରେ କୌଣସି ପ୍ରକାରର ଅନୁପ୍ରବେଶକୁ ବିରୋଧ କରୁଛୁ । ଆମେରିକା କହିଛି ଯେ ଏହା ସୈନ୍ୟ ହେଉ କି ନାଗରିକ ହେଉ ଅରୁଣାଚଳକୁ ଭାରତ ବୋଲି ବିଶ୍ୱାସ କରୁ ।

ଆମେରିକାର ଗୃହ ବିଭାଗ କହିଛି ଯେ, ଯେହେତୁ ଏହା ବିବାଦୀୟ ଅଂଚଳ, ତେଣୁ ଆମେ ଏତିକି କହିରଖୁଛୁ ଯେ, ଭାରତ ଓ ଚୀନକୁ ଦ୍ୱିପାକ୍ଷୀକ ମାଧ୍ୟମରେ ସମସ୍ୟାର ସମାଧାନ କରାଯିବା ଦରକାର । ସୈନ୍ୟ ବଳ ବ୍ୟବହାର କରା ନଯାଉ । ଆମେରିକାର ଏହି ବୟାନ ଅରୁଣାଚଳ ପ୍ରଦେଶକୁ ନେଇ ଚୀନର ଉଦ୍ୟମକୁ ଝଟକା ସହିତ ସମାନ ବୋଲି ଚର୍ଚ୍ଚା ହେଉଛି ।

By amfnews

Related Post