Tue. Mar 10th, 2026

ଅରୁଣାଚଳ ପ୍ରଦେଶରେ ୪୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

253 Views

ଇଟାନଗର: ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ କାର୍ଯ୍ୟକ୍ରମରେ ଅରୁଣାଚଳ ପ୍ରଦେଶ ଲାଗି ୪୦୦୦ କୋଟିରୁ ଅଧିକ ଟଙ୍କାର କେତେଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଯୋଜନାର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି।

ମୋଦୀ ହୋଲିଙ୍ଗି ଠାରେ ଗ୍ରିନ୍‌ଫିଲ୍‌ଡ୍‌ ବିମାନବନ୍ଦର ନିର୍ମାଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ରିମୋଟ୍‌ ଯୋଗେ ଲୋହିତ ଜିଲ୍ଲା ଅନ୍ତର୍ଗତ ତେଜୁ ଠାରେ ଆଧୁନିକିକରଣ କରାଯାଇଥିବା ଏକ ବିମାନ ବନ୍ଦର ଉଦ୍ଘାଟନ କରିଛନ୍ତି।

ଅରୁଣାଚଳ ପ୍ରଦେଶ ଲାଗି ଉଦ୍ଦିଷ୍ଟ ନୂତନ ଦୂରଦର୍ଶନ ଚାନେଲ୍‌ ଡିଡି ଅରୁଣପ୍ରଭାକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି।

୧୧୦ ଏମ୍‌ଡବ୍ଲୁ ପାରେ ହାଇଡ୍ରୋଇଲେକ୍‌ଟ୍ରିକ୍‌ ପ୍ଲାଣ୍ଟ୍‌କୁ ପ୍ରଧାନମନ୍ତ୍ରୀ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହ ଜୋତେ ଠାରେ ଫିଲ୍ମ ଆଣ୍ଡ୍‌ ଟେଲିଭିଜନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ଏକ ସ୍ଥାୟୀ କ୍ୟାମ୍ପସ୍‌ ସକାଶେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

By amfnews

Related Post