Tue. Dec 24th, 2024

ଅରୁଣାଚଳରେ ଗାଁ ନିର୍ମାଣ କରିଛି ଚୀନ୍

By amfnews Jan 19, 2021 #Featured
212 Views

ନୂଆଦିଲ୍ଲୀ, ଜାନୁଆରୀ ୧୯ : ଗତବର୍ଷ ଜୁନ୍ ମାସରେ ପୂର୍ବ ଲଦାଖର ଗଲୱାନ ଉପତ୍ୟକାରେ ଚୀନ୍ ସେନା ସହ ରକ୍ତାକ୍ତ ସଂଘର୍ଷରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ । ଦୁଇ ଦେଶର ସେନା ମଧ୍ୟରେ ମୁହାଁମୁହିଁ ଅବସ୍ଥା ଏପର‌୍ୟ୍ୟନ୍ତ ବଳବତ୍ତର ରହିଛି । ତେବେ ଏହାରି ଭିତରେ ଅରୁଣାଚଳ ପ୍ରଦେଶର ବିବାଦୀୟ ଅଞ୍ଚଳରେ ଚୀନ୍ ଏକ ନୂଆ ଗ୍ରାମ ନିର୍ମାଣ କରିଥିବା ସାଟେଲାଇଟ୍ ଫଟୋରୁ ଜଣାପଡିଛି 

ପୂର୍ବ ଲଦାଖରେ ଭାରତ-ଚୀନ୍ ମଧ୍ୟରେ ସୀମାବିବାଦ ଲାଗି ରହିଥିଲା ବେଳେ ଏଭଳି ଆଉ ଏକ ନୂଆ ବିବାଦ ଦେଖାଦେଇଛି । ଏହି ରିପୋର୍ଟ ଅନୁଯାୟୀ ଅରୁଣାଚଳ ପ୍ରଦେଶର ସୁବର୍ଣ୍ଣସିରି ଜିଲ୍ଲାରେ ସାରି ଚୁ ନଦୀକୂଳରେ ଥିବା ଏକ ଅଞ୍ଚଳରେ ଚୀନ୍ ଏକ ନୂଆ ଗାଁ ନିର୍ମାଣ କରିଛି । ଏହି ଗାଁରେ ୧୦୧ଟି ଘର ରହିଛି । ୨୦୨୦ ଅଗଷ୍ଟରେ ଏହି ଅଞ୍ଚଳରେ କୌଣସି ଗାଁ ନଥିଲା । ମାତ୍ର ୨୦୨୦ ନଭେମ୍ବର ବେଳକୁ ସେଠାରେ ୧୦୧ଟି ଘର ନିର୍ମାଣ ହୋଇଥିବା ଦେଖାଯାଇଛି ।

ଏହି ଗାଁର ଆୟତ୍ତନ ଆପାତତଃ ୪.୫ କିଲୋମିଟର । ଅରୁଣାଚଳ ପ୍ରଦେଶରେ ଚୀନ୍ ଏକ ଗାଁ ନିର୍ମାଣ କରିଥିବା ସାଟେଲାଇଟ୍ ଫଟୋରୁ ଜଣାପଡିବା ପରେ ଏ ସମ୍ପର୍କରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ସରକାର ଚୀନ୍‌ର ଏଭଳି ପଦକ୍ଷେପ ଉପରେ ତୀକ୍ଷ୍‌ଣ ନଜର ରଖିଛନ୍ତି । ତେବେ ଚୀନ୍ ର ଏହି କାମ ରୁ ଯାହା ଜଣାପଡ଼ୁଛି ଭାରତ ଓ ଚୀନ୍ ମଧ୍ୟରେ ପୁଣି ମତଭେଦ ସୃଷ୍ଟି ହୋଇପାରେ । 

By amfnews

Related Post