Sat. Jun 14th, 2025

ଅଯୋଧ୍ୟା ମାମଲାର ୫ଦିନିଆ ଶୁଣାଣି ନିଷ୍ପତ୍ତିକୁ ମୁସଲିମ୍ ପକ୍ଷର ଓକିଲଙ୍କ ବିରୋଧ, କହିଲେ କେସ୍ ଛାଡିବାକୁ ବାଧ୍ୟ ହେବି

By amfnews Aug 9, 2019 #Featured
161 Views

ନୂଆଦିଲ୍ଲୀ  : ସୁପ୍ରିମକୋର୍ଟ ଅଯୋଧ୍ୟା ମାମଲାର ୫ଦିନିଆ ଶୁଣାଣି ନିଷ୍ପତ୍ତିକୁ ମୁସଲିମ୍ ପକ୍ଷର ଓକିଲ ବିରୋଧ କରିଛନ୍ତି। ଆଜି ଏହି ମାମଲାର ଶୁଣାଣି ସମୟରେ ମୁସଲିମ ପକ୍ଷର ଓକିଲ ରାଜୀବ ଧଓ୍ଵନ ୫ ଦିନିଆ ଶୁଣାଣି ପ୍ରକ୍ରିୟାକୁ ବିରୋଧ କରି କହିଛନ୍ତି ଯେ, ଯଦି ସପ୍ତାହର ୫ଦିନ ଗୋଟିଏ ମାମଲାର ଶୁଣାଣି ଚାଲିବ ତେବେ, ଏହା ଅମାନବୀୟ ହେବ ଏବଂ ଏହା ଦ୍ୱାରା ନ୍ୟାୟାଳୟର ସହାୟତା କରିବା ସମ୍ଭବପର ନୁହେଁ। ଏହା ଫଳରେ ସେ କେସ୍ ଛାଡିବାକୁ ବାଧ୍ୟ ହେବେ ବୋଲି ଦର୍ଶାଇଛନ୍ତି ରାଜୀବ ଧଓ୍ଵନ । ଧଓ୍ଵନଙ୍କ ଏହି ବିରୋଧ ପରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଂଜନ ଗୋଗୋଇ କହିଛନ୍ତି , ଆମେ ଏ ନେଇ ଖୁବ୍ ଶୀଘ୍ର କୌଣସି ନିଷ୍ପତ୍ତି ନେବୁ , ସେ ସଂପର୍କରେ ଆପଣଙ୍କୁ ସୂଚିତ କରିବୁ।

ସୂଚନାଯୋଗ୍ୟ ଯେ ସୁପ୍ରିମକୋର୍ଟ ଅଯୋଧ୍ୟା ମାମଲାର ଦୈନିକ ଶୁଣାଣି କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହାର ଅର୍ଥ ପ୍ରତି ସପ୍ତାହର ମଙ୍ଗଳବାର, ବୁଧବାର, ଗୁରୁବାର ଏହାର ଶୁଣାଣି କରାଯିବ ବୋଲି ନିର୍ଦ୍ଧାରିତ ହୋଇଥିଲା । ସୁପ୍ରିମକୋର୍ଟ ସୋମବାର ଏବଂ ଶୁକ୍ରବାର ଅନ୍ୟ ମାମଲାର ଶୁଣାଣି କରିବେ ବୋଲି କହିଥିଲେ । କିନ୍ତୁ ଗତକାଲି ହୋଇଥିବା ଶୁଣାଣି ସମୟରେ ଏଣିକି ସପ୍ତାହର ୫ଦିନ ଶୁଣାଣି କରାଯିବ ବୋଲି ନିର୍ଦ୍ଧାରିତ କରାଗଲା । ଏହାକୁ ବିରୋଧ କରିଥିଲେ ରାଜୀବ ଧଓ୍ଵନ ।

By amfnews

Related Post