Mon. Apr 21st, 2025

ଅଯୋଧ୍ୟା ମାମଲାରେ ମଧ୍ୟସ୍ଥିଙ୍କୁ ଷ୍ଟାଟସ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

By amfnews Jul 11, 2019 #Featured
236 Views

ନୂଆଦିଲ୍ଲୀ  : ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦ ମାମଲାରେ ମଧ୍ୟସ୍ଥତା କରୁଥିବା କମିଟିକୁ ଆଜି ସୁପ୍ରିମକୋର୍ଟ ଷ୍ଟାଟସ ରିପୋର୍ଟ ମାଗିଛନ୍ତି। ୧୮ ତାରିଖ ସୁଦ୍ଧା ମଧ୍ୟସ୍ଥି କମିଟିକୁ ରିପୋର୍ଟ ଦାଖଲ କରିବା ପାଇଁ କୁହାଯାଇଛି। ଏହାପରେ ୨୫ ଜୁଲାଇରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ। ୧୮ ତାରିଖରେ ଦାଖଲ ହେବାକୁ ଥିବା ମଧ୍ୟସ୍ଥି କମିଟିର ରିପୋର୍ଟ ଯଦି  ସନ୍ତୋଷଜନକ ନ ହୁଏ, ତାହେଲେ ସୁପ୍ରିମକୋର୍ଟ ୨୫ ତାରିଖରୁ ମାମଲାର ଦୈନିକ ଶୁଣାଣି କରିବେ।

ଆବେଦନକାରୀ ଦର୍ଶାଇଥିଲେ ଯେ ଦେଶର ସର୍ବପୁରାତନ ମାମଲାର ଏଯାଏ ସମାଧାନ ହୋଇପାରୁନି। ତେଣୁ ମଧ୍ୟସ୍ଥି କମିଟିର ରିପୋର୍ଟକୁ ଅପେକ୍ଷା କରିବା ବଦଳରେ ସୁପ୍ରିମକୋର୍ଟ ନିଜେ ମାମଲାର ଶୁଣାଣି କରିବା ଠିକ୍ ହେବ ବୋଲି ଆବେଦନକାରୀ ଗୋପାଲ ସିଂହ ବିଶାରଦ ଦର୍ଶାଇଥିଲେ।

ସେହିପରି ଅନ୍ୟ ଜଣେ ଆବଦେନକାରୀ ,ଯିଏକି ରାମ ଜନ୍ମଭୂମି ବିବାଦରେ ଅନ୍ୟତମ ପକ୍ଷ, କହିଥିଲେ ମାର୍ଚ୍ଚ ୮ରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଏଫଏମ କଲିଫୁଲ୍ଲାଙ୍କ ଅଧ୍ୟକ୍ଷତାରେ ଏକ ତିନି ଜଣିଆ କମିଟି ଗଠନ ହୋଇଥିଲେ ସୁଦ୍ଧା ଏଯାଏ ମାମଲାର ସମାଧାନ ହୋଇପାରିନି।

ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। ଏଥିରେ ଜଷ୍ଟିସ ଦୀପକ ଗୁପ୍ତା ଏବଂ ଜଷ୍ଟିସ୍ ଅନିରୁଦ୍ଧ ବୋଷ ମଧ୍ୟ ରହିଛନ୍ତି।

By amfnews

Related Post