Sat. Mar 7th, 2026

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଶୀଘ୍ର ହେବ – ବିଶ୍ୱହିନ୍ଦୁ ପରିଷଦ

243 Views

ରାଉରକେଲା, ୧ ଜାନୁଆରୀ  : ରାଉରକେଲାରେ ବିଶ୍ୱ ହିନ୍ଦୁ ପରିଷଦ ଦ୍ୱାରା ଆୟୋଜିତ ଜିଲ୍ଲାସ୍ତରୀୟ ହିନ୍ଦୁ ସମ୍ମିଳନୀ ଆଜି ଉଦ୍‍ଯାପିତ ହୋଇଯାଇଛି । ଉଦିତନଗର ପଡିଆରେ ଆୟୋଜିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଏବଂ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଛତିଶଗଡ ଓ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଆସିଥିବା ସ୍ୱାମୀ ପରମାନନ୍ଦ ଗୁରୁଜୀ ମହାରାଜ, ସ୍ୱାମୀ ନିଲିପାନନ୍ଦ ମହାରାଜ, ସ୍ୱାମୀ ଶାଶ୍ୱତାନନ୍ଦଜୀ ମହାରାଜ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଗୋପାଳ ପ୍ରସାଦ ମହାପାତ୍ର, ଡଃ ବିଦ୍ୟାଧର ରଣା, ଅଶୋକ ତିୱାରୀ ପ୍ରମୁଖ ଯୋଗଦେଇ କୋଟି କୋଟି ହିନ୍ଦୁଙ୍କର ଆସ୍ଥାର କେନ୍ଦ୍ରବିନ୍ଦୁ ପ୍ରଭୂ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ଅଯୋଧ୍ୟାରେ ଶୀଘ୍ର ନିର୍ମାଣ ହେବା ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ଏଥିପାଇଁ ସମସ୍ତ ବାଧା ଦୂର କରିବା ପାଇଁ କେନ୍ଦ୍ର ସରକାର ଅବିଳମ୍ବେ ସମସ୍ତ ପ୍ରୟାସ କରିବା ପାଇଁ ସାଧୁ ସମାଜ ତଥା ମଞ୍ଚାସୀନ ଅତିଥିମାନେ ଆହ୍ୱାନ ଦେଇଥିଲେ । ଏହି ସମ୍ମିଳନୀରେ ଜିଳ୍ଲାର ବିଭିନ୍ନ ସ୍ଥାନରୁ ହଜାର ହଜାର ହିନ୍ଦୁମାନେ ଯୋଗ ଦେଇଥିଲେ ।

By amfnews

Related Post