Sat. Mar 7th, 2026

ଅଯୋଗ୍ୟତା କାଏମ ରଖିଲେ ବି ୧୭ ବିଦ୍ରୋହୀ କର୍ଣ୍ଣାଟକ ବିଧାୟକଙ୍କୁ ଉପନିର୍ବାଚନରେ ଭାଗ ନେବାକୁ ଅନୁମତି ଦେଲେ ସୁପ୍ରିମ୍‌ କୋର୍ଟ

225 Views

ନୂଆଦିଲ୍ଲୀ: ବୁଧବାର ଦିନ ସୁପ୍ରିମ୍‌ କୋର୍ଟ କର୍ଣ୍ଣାଟକର ୧୭ ଜଣ ବିଦ୍ରୋହୀ ବିଧାୟକଙ୍କ ଅଯୋଗ୍ୟତା କାଏମ ରଖିଲେ ମଧ୍ୟ ଡିସେମ୍ବର ୫ ତାରିଖରେ ଆୟୋଜନ ହେବାକୁ ଯାଉଥିବା ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସେମାନଙ୍କୁ ଅନୁମତି ଦେଇଛନ୍ତି।

ଆଣ୍ଟି-ଡିଫେକ୍‌ସନ୍‌ ଲ’ ଅଧୀନରେ ସେମାନଙ୍କୁ ବାଚସ୍ପତି ଅଯୋଗ୍ୟ ଘୋଷଣା କରିବା ସହ ଚଳିତ ବିଧାନସଭାର କାର୍ଯ୍ୟକାଳ ଶେଷ ହେବା ଯାଏଁ (ଡିସେମ୍ବର ୨୦୨୩) ସେମାନଙ୍କୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସୁଯୋଗ ଦିଆଯିବ ନାହିଁ ବୋଲି ଘୋଷଣା କରିଥିଲେ। ଏହାକୁ ବିରୋଧ କରି ସମ୍ପୃକ୍ତ ବିଧାୟକମାନେ ଅଦାଲତରେ ଆବେଦନ କରିଥିଲେ।

ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ କହିଲେ, ଆମେ ବାଚସ୍ପତିଙ୍କ ଆଦେଶକୁ କାଏମ ରଖୁଛୁ।

ଜଷ୍ଟିସ୍‌ ଏନ୍‌ଭି ରମଣ, ସଞ୍ଜୀବ ଖାନ୍ନା ଏବଂ କୃଷ୍ଣ ମୁରାରୀଙ୍କୁ ନେଇ ଗଠିତ ଶୀର୍ଷ ଅଦାଲତଙ୍କ ତିନିଜଣିଆ ବିଚାରପତିବିଶିଷ୍ଟ ଖଣ୍ଡପୀଠ ବିଧାୟକମାନଙ୍କ ଆବେଦନ ଉପରେ ରାୟ ଦେଇଥିଲେ।

ମୁମ୍ବାଇର ରିସର୍ଟ ଏବଂ ହୋଟେଲ୍‌ଗୁଡ଼ିକୁ ସ୍ଥାନାନ୍ତର ହେବା ପୂର୍ବରୁ କଂଗ୍ରେସ ଏବଂ ଜନତାଦଳ ସିକ୍ୟୁଲାର୍‌ର ବିଧାୟକମାନେ ସେମାନଙ୍କ ଆସନରୁ ଇସ୍ତଫା ଦେଇସାରିଥିଲେ।

By amfnews

Related Post