Sun. Mar 8th, 2026

ଅଯୋଧ୍ୟା ରାୟ : ଶାନ୍ତିଭଙ୍ଗକାରୀଙ୍କ ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ, ସତର୍କ ରହିବାକୁ ଏସ୍‌ପିଙ୍କୁ ନିର୍ଦ୍ଦେଶ

217 Views

କଟକ/ଭୁବନେଶ୍ବର : ଅଯୋଧ୍ୟା ପ୍ର˚ସଗରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପ୍ରକାଶ ପରେ ରାଜ୍ୟରେ କେଉଁଠି ବି ଯେଭଳି ହିଂସା ଅଥବା ଅପରାଧମୂଳକ ଘଟଣା ନ ଘଟେ ସେଥିପ୍ରତ ସତର୍କ ଦୃଷ୍ଟି ରଖାଯାଇଛି ବୋଲି କହିଛନ୍ତି ରାଜ୍ୟ ପୁଲିସ ମହାନି‌ର୍ଦ୍ଦେଶକ ବିଜୟ କୁମାର ଶର୍ମା। ଶ୍ରୀ ଶର୍ମା କହିଛନ୍ତି ଯେ ସୋସିଆଲ୍‌ ମିଡିଆରେ ବିଭିନ୍ନ ଧର୍ମ ବିରୋଧୀ ମନ୍ତବ୍ୟ ଦିଆ ଯାଉଥିବାରୁ ଓଡ଼ିଶା ପୁଲିସ ଏହା ଉପରେ କଡ଼ା ନଜର ରଖିଛି। କେଉଁଠି କୌଣସି ବିଶୃଙ୍ଖଳା ସୃଷ୍ଟି ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଜିଲ୍ଲା ଏସପି ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଶ୍ରୀ ଶର୍ମା କହିଛନ୍ତି ଯେ, ଅଯୋଧ୍ୟା ରାୟ ପରିପ୍ରେକ୍ଷୀରେ ଓଡ଼ିଶାରେ ଶାନ୍ତିଶୃଙ୍ଖଳା ଏବ˚ ସାମ୍ପ୍ରଦାୟିକ ସଦ୍‌ଭାବ ରକ୍ଷା କରିବା ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହାର ପ୍ରସ୍ତୁତି ପର୍ବ କିଛି ଦିନ ଆଗରୁ ଆରମ୍ଭ କରାଯାଇଥିଲା। ଏବେ ପ୍ରତ୍ୟେକ ସମ୍ବେଦନଶୀଳ ଜିଲ୍ଲାରେ ପର୍ଯ୍ୟାପ୍ତ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଜିଲ୍ଲା ଏସପିମାନେ ନିଜେ ସ୍ଥିତିର ତଦାରଖ କରୁଛନ୍ତି। ଏବ˚ ପ୍ରତ୍ୟେକ ବରିଷ୍ଠ ଅଧିକାରୀ ବିଭିନ୍ନ ସେକ୍ଟର ଦାୟିତ୍ବରେ ରହିଛନ୍ତି। ବିଭିନ୍ନ ଅଞ୍ଚଳର କମିଟି ମୁଖ୍ୟ ଏବ˚ ମାନ୍ୟଗଣ୍ୟ ଲୋକଙ୍କ ସହିତ ପୂର୍ବରୁ ଆଲୋଚନା କରାଯାଇ କିଭଳି ଶାନ୍ତିଶୃଙ୍ଖଳା ରକ୍ଷା କରାଯିବ, ସେଥିନେଇ ତାଙ୍କୁ ଅବଗତ କରାଯାଇଛି। ତାଙ୍କ ସହିତ ଯୋଗାଯୋଗ କରି ବିଚାରବିମର୍ଷ କରାଯାଇଛି।

ବିଭିନ୍ନ ସ୍ଥାନରେ ଷ୍ଟାଟିକ୍‌ ଫୋର୍ସ ଏବ˚ ମୋବାଇଲ ପାଟ୍ରୋଲି˚ ନିୟୋଜିତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ପରିସ୍ଥିତି ଶାନ୍ତିପୂର୍ଣ୍ଣ ଅଛି। ଘଟଣା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। କୌଣସି ପ୍ରକାର ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଓଡ଼ିଶା ପୁଲିସ ପ୍ରସ୍ତୁତ ରହିଛି। ଆବଶ୍ୟକତା ଅନୁଯାୟୀ ଫୋର୍ସ ମୁତୟନ କରାଯାଇଛି। ଯେଉଁଠି ଅଧିକ ଫୋର୍ସର ଆବଶ୍ୟକତା ପଡ଼ିବ, ସେଠାକୁ ରିଜର୍ଭ ପୁଲିସ ଫୋର୍ସ ପଠାଇବାକୁ ବ୍ୟବସ୍ଥା ମଧ୍ୟ କରାଯାଇଛି। ସୁପ୍ରିମକୋର୍ଟର ରାୟକୁ ସମସ୍ତେ ଗ୍ରହଣ କରିବେ ବୋଲି ଆଶା କରାଯାଉଛି। ଶାନ୍ତିଶୃଙ୍ଖଳା ଭଙ୍ଗକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜି ଶ୍ରୀ ଶର୍ମା ଚେତାବନୀ ଦେଇଛନ୍ତି।

By amfnews

Related Post