Sat. Mar 7th, 2026

ଅଯୋଧ୍ୟା‌ରେ ନିଷିଦ୍ଧ ହେବ ମଦ, ମାଂସ

383 Views

ଲକ୍ଷ୍ନୌ, ୧୩/୧୧ : ନିକଟରେ ଫୈଜାବାଦ୍‌ ଜିଲ୍ଲାର ନାମ ପରିବର୍ତ୍ତନ କରି ଅଯୋଧ୍ୟା ରଖିଥିବା ୟୁପି ସରକାର ଏବେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେବାକୁ ଯାଉଛନ୍ତି। ଅଯୋ‌ଧ୍ୟାରେ ଖୁବ୍‌ ଶୀଘ୍ର ମଦ ଓ ମାଂସ ବିକ୍ରି ନିଷିଦ୍ଧ ହେବ। ‌ ସେହିପରି ଭଗବାନ କୃଷ୍ଣଙ୍କ ଜନ୍ମସ୍ଥାନ ମଥୁରା ଏବଂ ରାଜ୍ୟର ଅନ୍ୟାନ୍ୟ ପବିତ୍ର ସ୍ଥାନ ମାନଙ୍କରେ ମଧ୍ୟ ମଦ ଓ ମାଂସ ନିଷିଦ୍ଧ ହେବ ବୋଲି ଯୋଗୀ ସରକାର ନିଷ୍ପତ୍ତି ନେଇଛନ୍ତି।

ସାଧୁ ସନ୍ଥମାନେ ଏବେ ରାଜ୍ୟର ପବିତ୍ର ସ୍ଥାନ ମାନଙ୍କରେ ମଦ ଓ ମାଂସ ବିକ୍ରି ନିଷିଦ୍ଧ କରିବା ପାଇଁ ଦାବି କରୁଛନ୍ତି। ମଥୁରାର ସାଧୁ ସନ୍ଥମାନେ ମଧ୍ୟ ମଥୁରାରୁ ମଦ, ମାଂସ ନିଷିଦ୍ଧ କରିବାପାଇଁ ଦାବି କରୁଛନ୍ତି। ସେହିପରି ଫୈଜାବାଦ୍‌ ଅଯୋଧ୍ୟା ହେବାପରେ ଅନେକ ଅଯୋଧ୍ୟା ସାଧୁ ସନ୍ଥ ଏବଂ ଅସ୍ଥାୟୀ ମନ୍ଦିରର ମୁଖ୍ୟ ପୁରୋହିତ ସତ୍ୟେନ୍ଦ୍ର ଦାସ ମଧ୍ୟ ଅଯୋଧ୍ୟା‌ରେ ସମ୍ପୂର୍ଣ୍ଣ ମଦ ଓ ମାଂସ ନିଷିଦ୍ଧ ପାଇଁ ଦାବି କରିଛନ୍ତି ଏବଂ ଏନେଇ ବିଧିବଦ୍ଧ ଭାବେ ସରକାର ଘୋଷଣା କରନ୍ତୁ ବୋଲି ସେମାନେ ଚାହିଛନ୍ତି।

By amfnews

Related Post