Fri. Mar 6th, 2026

ଅମ୍ଫାନ ବାତ୍ୟା ପୀଡିତ ରାମଚନ୍ଦ୍ରଙ୍କୁ ମିଳିଲା ସହାୟତା

207 Views

ରୁକସା: ଅମ୍ଫାନ ବାତ୍ୟାରେ ପୀଡିତ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ବାଖରାବାଜ ଗ୍ରାମର ରାମଚନ୍ଦ୍ର ବାରିକଙ୍କୁ ମିଳିଲା ସହାୟତା | ଜିଲ୍ଲା କଂଗ୍ରେସ ପକ୍ଷରୁ ତାଙ୍କୁ ସହାୟତା ପ୍ରଦାନ କରାଯାଇଛି | ମିଳିଥିବା ସୂଚନା ମୁତାବକ ଗତ ମେ ୨୫ ତାରିଖରେ ହୋଇଥିବା ଅମ୍ଫାନ ବାତ୍ୟାରେ ବାଖରାବାଜ ଗ୍ରାମର ରାମଚନ୍ଦ୍ର ବାରିକଙ୍କ ଦୁଇ ବଖରା ଚାଳ ଛପର ଉଜୁଡି ଯିବା ସହିତ ମାଟି କାନ୍ଥ ଭୂଷୁଡି ପଡିଥିଲା | ଯାହାଫଳରେ ରାମଚନ୍ଦ୍ରଙ୍କ ପରିବାର ବେସାହାରା ହୋଇ ପଡୋଶୀଙ୍କ ଘରେ ରାତ୍ରିଯାପନ କରିବା ସହ ଗଛମୂଳେ ରୋଷେଇ କରୁଥିଲେ |

ଏ ନେଇ ଶ୍ରୀ ବାରିକ ବସ୍ତା ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିବା ପରେ ମଧ୍ୟ କୌଣସି ସହାୟତା ମିଳିନଥିଲା | ଏ ନେଇ ଖବର ପ୍ରସାରଣ ପରେ ବାଲେଶ୍ୱରର କଂଗ୍ରେସ ଲୋକସଭା ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ଯୁବ କଂଗ୍ରେସ କର୍ମୀଙ୍କୁ ଶ୍ରୀ ବାରିକଙ୍କୁ ସହାୟତା ଦେବାକୁ କହିଥିଲେ |

ଏହା ପରେ ବସ୍ତା ଯୁବ କଂଗ୍ରେସର ସଭାପତି ସୁଧାଂଶୁ ଶେଖର ଜେନା, ଯୁବ ନେତା ହରେକୃଷ୍ଣ ଦାସ, ମାନସ ରଞ୍ଜନ ମିଶ୍ରଙ୍କ ସହ ଗଡପଦା ପଂଚାୟତର କଂଗ୍ରେସ କର୍ମୀ ପ୍ରମୁଖ ଯାଇ ପଲିଥିନ ସହ ବିସ୍କୁଟ ବଣ୍ଟନ କରିବା ସହ ଘର ନିର୍ମାଣ ପାଇଁ ଆର୍ଥିକ ସହାୟତା ଦେବାକୁ ପ୍ରତିଶୃତି ଦେଇଥିଲେ |

By amfnews

Related Post