Sat. Mar 7th, 2026

ଅମିତାଭ ବଚ୍ଚନଙ୍କ ଅଭିନୀତ ସିନେମା ‘ସତ୍ତେପେ ସତ୍ତା’ର ରିମେକରେ ଅଜୟ ଦେବଗନ୍!

190 Views

ମୁମ୍ବାଇ: ବେଶ କିଛି ଦିନ ହେବ ଅମିତାଭ ବଚ୍ଚନଙ୍କ ଅଭିନୀତ ସିନେମା ‘ସତ୍ତେପେ ସତ୍ତା’ର ରିମେକ୍ ହେବ ବୋଲି ଶୁଣିବାକୁ ମିଳୁଛି। ଏଥିଲାଗି ସୁପରଷ୍ଟାର୍ ରିତିକ ରୋଶନ, ସଲମାନ ଖାନ୍, ରଣବୀର ସିଂହ ଓ ଅକ୍ଷୟ କୁମାରଙ୍କୁ ଅଫର ବି ଦିଆଯାଇଥିଲା। ହେଲେ ଏମାନଙ୍କ ଭିତରୁ କେହି ରାଜି ହୋଇ ନଥିଲେ। ଏବେ ସିଂଘମ୍ ଷ୍ଟାର ଅଜୟ ଦେବଗନଙ୍କୁ ଏହି ସିନେମାର ଅଫର ମିଳିଛି।

Image result for satte pe satta

ସୂଚନାଯୋଗ୍ୟ, ନିର୍ମାତା ଫରାହ ଖାନ ଏବଂ ରୋହିତ ସେଟ୍ଟୀ ଦୀର୍ଘ ଦିନ ଧରି ଏହି ଫିଲ୍ମର ମୁଖ୍ୟ ଅଭିନେତା ଲାଗି ସନ୍ଧାନ ଜାରି ରଖିଛନ୍ତି। ବହୁ ବଡ଼ ଷ୍ଟାରଙ୍କ ପରେ ପରିଶେଷରେ ‘ସତ୍ତେପେ ସତ୍ତା’ର ରିମେକର ଅଫର ଏବେ ମେଗା ଷ୍ଟାର ଅଜୟ ଦେବଗନଙ୍କୁ ସେଦୁହେଁ ଦେଇଥିବା କୁହାଯାଉଛି। ଏହି ଫିଲ୍ମରେ ଫିମେଲ ଲିଡରେ କାଟ୍ରିନା କୈଫ ଅଭିନୟ କରିବେ ବୋଲି ଶୁଣିବାକୁ ମିଳିଛି।

ସୂତ୍ରରୁ ଜଣାପଡ଼ିଛି ଯେ, ଅଜୟ ଦେବଗନ ଏପର୍ଯ୍ୟନ୍ତ ଏହି ପ୍ରୋଜେକ୍ଟରେ କାମ କରିବା ଲାଗି ହଁ ଭରି ନାହାନ୍ତି। କିନ୍ତୁ ରୋହିତ ସେଟ୍ଟୀ ତାଙ୍କର ସବୁଠାରୁ ଭଲ ସାଙ୍ଗ ହୋଇଥିବା ହେତୁ ଏହି ଅଫରକୁ ଅଜୟ ଗ୍ରହଣ କରିବେ ବୋଲି କୁହାଯାଉଛି ।

ଏଠାରେ ସୂଚନାଯୋଗ୍ୟ ଯେ ଆଗରୁ ରୋହିତ-ଅଜୟଙ୍କ ଯୋଡି ବକ୍ସ ଅଫିସରେ ଧମାଲ୍‌ କରିଛନ୍ତି। ଏମାନଙ୍କର ସିନେମା ଗୋଲମାଲ, ଗୋଲମାଲ ରିଟର୍ଣ୍ଣସ୍, ସିଂଘମ୍, ସିଂଘମ୍ ରିଟର୍ଣ୍ଣସ୍ , ଗୋଲମାଲ ୩, ‘ଗୋଲମାଲ ଏଗେନ୍‌’ ଓ ସିମ୍ବା ଆଦି ସିନେମା  ବ୍ଲକବଷ୍ଟର ହିଟ୍‌ ହୋଇଛି।

By amfnews

Related Post