Sun. Mar 8th, 2026

ଅମିତାଭ ଓ ଅମୀରଙ୍କ ସ୍ପେସାଲ୍‌ ଡ୍ୟାନ୍‌ସ ନମ୍ବର

173 Views

ମୁମ୍ବାଇ : ୨୦୦୮ର ଏହି ବହୁ ପ୍ରତୀକ୍ଷିତ ସିନେମା‘ଠଗ୍‌ସ ଅଫ୍‌ ହିନ୍ଦେସ୍ତାନ୍‌’ରେ ବିଗ୍‌ ବି ଅମିତାଭ ବଚ୍ଚନ ଓ ମିଷ୍ଟର ପରଫେକସନିଷ୍ଟ୍‍ ଅମୀର୍‌ ଖାନ୍‌ ଏକାଠି ଆସୁଛନ୍ତି ‘ଠଗ୍‌ସ ଅଫ୍‌ ହିନ୍ଦୋସ୍ତାନ୍‌’ଫିଲ୍ମରେ। ଏଥିରେ ଅମିିତାଭ ବଚ୍ଚନ ଓ ଅମୀର ଖାନ୍‌ଙ୍କ ଉପରେ ଏକ ଜବରଦସ୍ତ ଡ୍ୟାନ୍‌ସ ନମ୍ବର ରଖାଯାଇଛି।
ଏହି ଗୀତର ଟାଇଟଲ ହେଲା ଉସମାଲ୍ଲେ…..।
ଜାଣନ୍ତି ଏହି ଗୀତ କିଏ ଲେଖିଛନ୍ତି? ନିଜେ ବିଗ୍‌ ବି ଅମିତାଭ ବଚ୍ଚନ ଏହି ଜବରଦସ୍ତ ଡ୍ୟାନ୍‌ସ ଧମାକା ଗୀତର ରଚନା କରିଛନ୍ତି। ଏଥିରେ କଣ୍ଠଦାନ କରିଛନ୍ତି ବଲିଉଡର ଲୋକପ୍ରିୟ ଗାୟକ ସୁଖବିନ୍ଦର ସିଂହ ଓ ବିଶାଲ ଡଡଲାନି।ଏହି ଗୀତର କଂପୋଜର୍‌ ହେଲେ ଜଣାଶୁଣା ସଙ୍ଗୀତକାର ଯୋଡ଼ି ଅଜୟ-ଅତୁଲ।
ଏହି ଡ୍ୟାନ୍‌ସ ନମ୍ବରର କୋରିଓଗ୍ରାଫି କରିଛନ୍ତି ପ୍ରସିଦ୍ଧ ନୃତ୍ୟ ନିର୍ଦ୍ଦେଶକ ପ୍ରଭୁ ଦେବା। ପ୍ରଭୁ ଉଭୟ ଅମିତାଭ ବଚ୍ଚନ ଓ ଅମୀର ଖାନ୍‌ଙ୍କୁ ଏକାଠି ନୃତ୍ୟ ନିର୍ଦ୍ଦେଶନା ଦେବାର ସୁଯୋଗ ପାଇଥିବାରୁ ଖୁବ୍‌ ଖୁସି ଅଛନ୍ତି। ପ୍ରଭୁ ଦେବା କହିଛନ୍ତି ଦୁଇ ଦିଗ୍‌ଗଜ କଳାକାର ବି ଖୁବ୍‌ ଭଲ ଡ୍ୟାନ୍‌ସ କରିଛନ୍ତି।
ନିର୍ଦ୍ଦେଶକ ବିଜୟକୃଷ୍ଣ ଆଚାର୍ଯ୍ୟଙ୍କ କହିଛନ୍ତି ନିଶାସକ୍ତ ହୋଇ ଅମିତାଭ ଓ ଅମୀର୍‌ ନାଚୁଛନ୍ତି ଓ ଗାଉଛନ୍ତି। ଏଭଳି ଦୃଶ୍ୟ ପାଇଁ ଏହି ଗୀତ ଖଞ୍ଜାଯାଇଛି।


ଏଥିରେ ଅମିତାଭ ବଚ୍ଚନ ଓ ଅମୀର ଖାନ୍‌ଙ୍କ ବ୍ୟତୀତ କାଟ୍ରିନା କୈଫ୍‌ ଓ ପଠାତିମା ସନା ଶେଖ୍‌ ମୁଖ୍ୟ ଭୂମିକାରେ ଅଛନ୍ତି। ଏହା ଆଗାମୀ ନଭେମ୍ବର ୮ ତାରିଖରେ ମୁକ୍ତିଲାଭ କରିବ।

By amfnews

Related Post