Sat. Mar 7th, 2026

ଅମରନାଥ ଯାତ୍ରୀମାନଙ୍କୁ ଆକ୍ରମଣ କରିବାକୁ ‘ଜୈଶ୍‌’ର ଯୋଜନା: ଗୁଇନ୍ଦା ସୂଚନା ପରେ ଆଲର୍ଟ ଜାରି

268 Views

ନୂଆଦିଲ୍ଲୀ: ଅମରନାଥ ଯାତ୍ରୀମାନଙ୍କୁ ଆକ୍ରମଣ କରିବାକୁ ଆତଙ୍କବାଦୀମାନେ ଜମ୍ମୁ ଓ କଶ୍ମୀରର ଗନ୍ଦେରଓ୍ଵାଲ୍‌ ଏବଂ କଙ୍ଗନର ପାର୍ବତ୍ୟ ଅଞ୍ଚଳରେ ଛପି ରହିଛନ୍ତି ବୋଲି ଗୁଇନ୍ଦା ଏଜେନ୍‌ସି ସୂଚନା ଦେବା ପରେ ମଲ୍ଟି-ଏଜେନ୍‌ସି ସେଣ୍ଟର୍‌ ଆଲର୍ଟ ଜାରି କରିଛି।

ବାଲ୍‌ତାଲ୍‌ ରାସ୍ତାରେ ଯାତ୍ରା କରୁଥିବା ଅମରନାଥ ଯାତ୍ରୀଙ୍କ ଉପରେ ଆତଙ୍କବାଦୀ ସଂଗଠନ ‘ଜୈଶ୍‌-ଏ-ଅହମ୍ମଦ’ ଆକ୍ରମଣ କରିବାର ସମ୍ଭାବନା ରହିଛି। ଜୁଲାଇ ପହିଲାରୁ ଅମରନାଥ ଯାତ୍ରା ଆରମ୍ଭ ହେବାକୁ ଯାଉଥିବା ଅମରନାଥ ଯାତ୍ରାର ଯାତ୍ରୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ କରିପାରନ୍ତି ବୋଲି ଗୁଇନ୍ଦା ନିର୍ଦ୍ଦିଷ୍ଟ ଭାବେ ସୂଚନା ଦେଇଛି।

ଗୁଇନ୍ଦା ସୂଚନା ଉପରେ ଗୁରୁତ୍ୱ ଦେଇ ସରକାରୀ କର୍ତ୍ତୃପକ୍ଷମାନେ ସେ ଅଞ୍ଚଳରେ ନିରାପତ୍ତା ବ୍ୟବସ୍ଥା ସୁଦୃଢ଼ କରିଛନ୍ତି। ଯାତ୍ରୀମାନଙ୍କ ସୁରକ୍ଷା ନିମିତ୍ତ ଅଧିକ ସତର୍କ ରହିବାକୁ ସିଆର୍‌ପିଏଫ୍‌ ସମେତ ପାରାମିଲିଟାରି ଫୋର୍ସଙ୍କୁ ନିର୍ଦେଶ ଦିଆଯାଇଛି।

ଦୁଇ ଦିନ ଜମ୍ମୁ ଓ କଶ୍ମୀର ଗସ୍ତରେ ଯାଇଥିବା ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଯାତ୍ରୀମାନଙ୍କ ନିରାପତ୍ତା ପାଇଁ ଅଧିକ ଜାଗ୍ରତ ରହିବା ଏବଂ ପ୍ରତିଷେଧ ବ୍ୟବସ୍ଥା ଗ୍ରହଣ କରିବାକୁ ନିରାପତ୍ତା ଏଜେନ୍‌ସିମାନଙ୍କୁ ଆଦେଶ ଦେଇଛନ୍ତି।

By amfnews

Related Post