Mon. Mar 9th, 2026

ଅମରନାଥ ଯାତ୍ରାରେ ବାଧା ସାଜିଛି ବିଚ୍ଛିନ୍ନତାବାଦୀଙ୍କ ବନ୍ଦ

197 Views

ଜମ୍ମୁ: ଜମ୍ମୁ-କଶ୍ମୀରରେ ବିଚ୍ଛିନ୍ନତାବାଦୀଙ୍କ ଦ୍ଵାରା ଡକା ଯାଇଥିବା ବନ୍ଦର ପ୍ରଭାବ ଅମରନାଥ ଯାତ୍ରା ଉପରେ ପଡ଼ିଛି। ଆଜି ବିଚ୍ଛିନ୍ନତାବାଦୀମାନେ କଶ୍ମୀର ବନ୍ଦ ଡାକରା ଦେଇଛନ୍ତି। ତେଣୁ ଅମରନାଥ ଯାତ୍ରୀଙ୍କୁ ଜମ୍ମୁ-କଶ୍ମୀରରେ ପ୍ରବେଶ ଅନୁମତି ମିଳିନଥିଲା।

ଅନ୍ୟପକ୍ଷରେ ବିଚ୍ଛିନ୍ନତାବାଦୀଙ୍କ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ସୁରକ୍ଷାକର୍ମୀଙ୍କୁ ଆଲର୍ଟ କରି ଦିଆଯାଇଛି। ଏଥିସହ ଘାଟିରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। ଏହାପୂର୍ବରୁ ଜୁଲାଇ ୮ରେ ହିଜବୁଲ କମାଣ୍ଡର ବୁରହାନ ୱାନିଙ୍କ ମୃତ୍ୟୁ ବାର୍ଷିକରେ ବିଚ୍ଛିନ୍ନତାବାଦୀ ବିରୋଧ ପ୍ରଦର୍ଶନ କରିବାରୁ ଅମରନାଥ ଯାତ୍ରା ଉପରେ ପ୍ରତବିନ୍ଧକ ଲଗାଯାଇଥିଲା।

ସୂଚନାଯୋଗ୍ୟ, ଅମରନାଥ ଯାତ୍ରା ପାଇଁ ଗତ ଶୁକ୍ରବାର ଜମ୍ମୁରୁ ୫,୩୯୫ ଶ୍ରଦ୍ଧାଳୁଙ୍କ ଏକ ଦଳ ଯାତ୍ରା ଆରମ୍ଭ କରିଥିଲା। ଚଳିତବର୍ଷ ୧ ଜୁଲାଇରୁ ଯାତ୍ରା ଆରମ୍ଭ ହୋଇଛି। ତେବେ ୧୨ ଜୁଲାଇ ମଧ୍ୟରେ ୧.୪୪ ଲକ୍ଷ ଅଧିକ ଶ୍ରଦ୍ଧାଳୁ ଶିବଲିଙ୍ଗ ଦର୍ଶନ କରିଥିବା ଜଣାପଡ଼ିଛି।

 

By amfnews

Related Post