Sun. Dec 29th, 2024

ଅଭ୍ୟାସ ଶିବିରରେ ସାମିଲ ହେବା ପୂର୍ବରୁ ନିଜର କରୋନା ପରୀକ୍ଷା କଲେ ମହେନ୍ଦ୍ର ସିଂ ଧୋନୀ, ଆଜି ଆସିବ ରିପୋର୍ଟ

By amfnews Aug 16, 2020 #Featured
141 Views

ରାଞ୍ଚି, ଅଗଷ୍ଟ ୧୩ : ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନି ବୁଧବାର ତାଙ୍କ ନିଜର କରୋନା ପରୀକ୍ଷା କରିଛନ୍ତି, ଯାହାର ରିପୋର୍ଟ ଆଜି ଆସିବ ବୋଲି ଜଣାପଡିଛି । ମହେନ୍ଦ୍ର ସିଂ ଧୋନି କ୍ରିକେଟ୍ ପଡ଼ିଆରୁ ଗତ 13 ମାସରୁ ଅଧିକ ସମୟ ହେବ ଦୁରରେ ରହିଛନ୍ତି । ଧୋନି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ବିଶ୍ୱକପ 2019 ର ସେମିଫାଇନାଲରେ ତାଙ୍କର ଶେଷ ମ୍ୟାଚ୍ ଖେଳିଥିଲେ | ସେମିଫାଇନାଲ ହାରିବା ପରେ ମାହି ଏପର୍ଯ୍ୟନ୍ତ କ୍ରିକେଟ୍ ପଡ଼ିଆରେ ନଜର ଆସିନାହାଁନ୍ତି । ତେବେ ସେ 19 ସେପ୍ଟେମ୍ବରରୁ ଆରମ୍ଭ ଆଇପିଏଲର 13 ତମ ସିଜନରେ କ୍ରିକେଟ ମଇଦାନକୁ ଫେରିବେ |

ଚଳିତବର୍ଷ କରୋନା ଜୀବାଣୁ କାରଣରୁ ଆଇପିଏଲର 13 ତମ ସିଜନ୍ ୟୁଏଇରେ ଅନୁଷ୍ଠିତ ହେଉଛି | ୟୁଏଇ ସରକାର ଖେଳାଳି ତଥା ଆଇପିଏଲରେ ଅଂଶଗ୍ରହଣ କରୁଥିବା ସମସ୍ତଙ୍କ ପାଇଁ କିଛି କଠୋର ନିୟମ ଏବଂ ଆଇନ ପ୍ରଣୟନ କରିଛନ୍ତି, ଯାହା ଅଧୀନରେ ସମସ୍ତଙ୍କ ପାଇଁ କରୋନା ପରୀକ୍ଷା କରିବା ବାଧ୍ୟତାମୂଳକ ଅଟେ । ୟୁଏଇରେ ଆୟୋଜିତ ହେବାକୁ ଥିବା ଆଇପିଏଲରେ କେବଳ କରୋନା ଟେଷ୍ଟରେ ନେଗେଟିଭ ଥିବା ଖେଳାଳିମାନେ ହିଁ ଅଂଶଗ୍ରହଣ କରିବେ | ଖବର ଅନୁଯାୟୀ, ମହେନ୍ଦ୍ର ସିଂ ଧୋନି ରାଞ୍ଚିରେ ଥିବା ତାଙ୍କ ଫାର୍ମହାଉସରେ କୋଭିଡ -19 ଟେଷ୍ଟ ପାଇଁ ନମୁନା ପ୍ରଦାନ କରିଛନ୍ତି ଏବଂ ଆଜି ଅର୍ଥାତ୍ ଗୁରୁବାର ତାଙ୍କ ରିପୋର୍ଟ ଆସିବ ।

By amfnews

Related Post