ତେବେ ଅଭିଯୁକ୍ତ ରୂପେଶ ଭଦ୍ର ଗିରଫ ହେବା ପରେ ବି ଅସନ୍ତୋଷ ଜାରି ରହିଥିବା ଦେଖିବାକୁ ମିଳିଛି। ସ୍ମିତାରାଣୀ ବିଶ୍ୱାଳଙ୍କ ବାପା ସଦାନନ୍ଦ ବିଶ୍ୱାଳ ପୁଲିସ ଦେଇଥିବା ତଥ୍ୟରେ ଏକମତ ନୁହନ୍ତି ବୋଲି କହିଛନ୍ତି। ଏଥି ସହ ସେ ଗଣମାଧ୍ୟମକୁ କହିଛନ୍ତି, ତାଙ୍କ ଝିଅ ବହୁତ ସାହାସୀ। ସେ ଏଭଳି ଆତ୍ମହତ୍ୟା କେବେ ବି କରି ପାରି ନଥିବ। ତାକୁ ଆତ୍ମହତ୍ୟା ପାଇଁ ବାଧ୍ୟ କରାଯାଇଛି। ଝିଅର ହତ୍ୟା ଘଟଣାରେ ୫ଜଣ ସମ୍ପୃକ୍ତ ଥିଲେ। ତେବେ ଜଣଙ୍କୁ ଗିରଫ କରି ଅନ୍ୟ ୪ଜଣଙ୍କୁ କାହିଁକି ଛାଡି ଦିଆଯାଇଛି? ଝିଅର ମୃତ୍ୟୁର ସିବିଆଇ ତଦନ୍ତ ଦାବି କରିବା ସହିତ ରୂପେଶ ଭଦ୍ରଙ୍କ ଗେଷ୍ଟହାଉସ୍ରୁ କାହିଁକି ସିସିଟିଭିକୁ ହଟାଇ ଦିଆଯାଇଛି ବେଲି ପ୍ରଶ୍ନ ଉଠାଇଛନ୍ତି ସଦାନନ୍ଦ।
ଏପଟେ ତୁରନ୍ତ ହରିଦାସପୁର ପଞ୍ଚାୟତର ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁର ନେଇ ସିବିଆଇ ତଦନ୍ତ କରାଯାଉ ଦାବି ଜଣାଇ ବିଜେପି ଆସନ୍ତା ୨୧ରେ ୧୨ ଘଣ୍ଟିଆ ଯାଜପୁର ଜିଲ୍ଲା ବନ୍ଦ ଡାକରା ଦେଇଛି। ଆଜି ଯାଜପୁରରେ ଏକ ସାମ୍ବାଦିକ ସମ୍ମିଳନୀ କରି ଜିଲ୍ଲା ବିଜେପି ସଭାପତି ଗୌତମ ରାୟ ସୂଚନା ଦେଇଛନ୍ତି।
Comments are closed.