Sun. Mar 8th, 2026

ଅଭିନେତା ଭିକିଙ୍କୁ ଜଣେ ମହିଳା ପ୍ରଶଂସକ ଦେଇଥିଲେ ନିଜ ହୋଟେଲ୍‌ ରୁମ୍‌ ନମ୍ବର

327 Views

ମୁମ୍ବାଇ: ଏ ବର୍ଷର ସୁପର୍‌ ଡୁପର୍‌ ହିଟ୍‌ ଚଳଚ୍ଚିତ୍ର ‘ଉରି: ଦ ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ର ଅଭିନେତା ଭିକି କୌଶଲ ଚଳଚ୍ଚିତ୍ର ରିଲିଜ୍‌ ହେବା ପରେ ଅଗଣିତ ପ୍ରଶଂସକଙ୍କ ପ୍ରିୟ ଅଭିନେତା ହେବାରେ ଲାଗିଛନ୍ତି। ଅଭିନେତା ଭିକିଙ୍କର ମହିଳା ପ୍ରଶଂସକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିଶେଷ କରି ଉରି ଚଳଚ୍ଚିତ୍ର ରିଲିଜ୍‌ ପରେ ଅନେକ ମହିଳା ଭିକିଙ୍କ ଦିଓ୍ଵାନୀ ହୋଇ ଯାଇଛନ୍ତି।

ନିକଟରେ ଏକ ସାକ୍ଷାତ୍‌କାରେ ଭିକିଙ୍କୁ ପଚରା ଯାଇଥିଲା କି ସେ କିପରି ଭାବେ ନିଜର ମହିଳା ପ୍ରଶଂସକଙ୍କୁ ସେ କିପରି ଆଚରଣ ଦେଖାନ୍ତି। ଏହାର ଉତ୍ତରରେ ଭିକି କହନ୍ତି କି, ‘ମୁଁ ଜାଣେନା କିପରି ଭାବେ ମୁଁ ସେମାନଙ୍କୁ ଆଚରଣ ଦେଖାଏ। ମାତ୍ର ମୁଁ ଖୁବ୍‌ ଶୀଘ୍ର ତରଳି ଯାଏ, ସେମାନେ ଚାହିଁଲେ ଗ୍ଲାସ୍‌ରେ ପୂରାଇ ରଖିପାରନ୍ତି। ଏପରି ମଜାକିଆ ଉତ୍ତର ଦେଇଛନ୍ତି ଭିକି।

ସେ ଆହୁରି ବି କହିଛନ୍ତି କି ବେଳେ ବେଳେ ଝିଅମାନେ ଏପରି ସିଧାସଳଖ ଇଙ୍ଗିତ କରନ୍ତି ଯେ ତାହାକୁ କିପରି ତୁଲାଯାଇ ପାରିବ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଯାଏ। ସେ ତାଙ୍କର ଏକ ଘଟଣାକୁ ମନେ ପକାଇ କୁହନ୍ତି ଯେ ତାଙ୍କୁ ତାଙ୍କର ଜଣେ ମହିଳା ପ୍ରଶଂସକ ସିଧା ସଳଖ ନିଜର ହୋଟେଲ୍‌ ରୁମ୍‌ ନମ୍ବର ପ୍ରଦାନ କରିଥିଲେ।

By amfnews

Related Post