Sun. Mar 8th, 2026

ଅଭିନେତା ଆଦିତ୍ୟ ପାଞ୍ଚୋଲିଙ୍କ ବିରୋଧରେ ଏତଲା, ଜୀବନରୁ ମାରିଦେବାର ଧମକ ଅଭିଯୋଗ

172 Views

ମୁମ୍ବାଇ, ଜାନୁଆରୀ ୨୨ :ଜଣାଶୁଣା ଅଭିନେତା ଆଦିତ୍ୟ ପାଞ୍ଚୋଲିଙ୍କ ବିରୁଦ୍ଧରେ ବର୍ସୋବା ପୁଲିସ ଥାନାରେ ଏକ ମାମଲା ରୁଜୁ ହୋଇଛି। ଆଦିତ୍ୟଙ୍କ ନାଆଁରେ ମୋହସିନ୍‌ କାଦର୍‌ରାଜ ପାକର୍‌ ନାମକ ଜଣେ କାର୍‌ ମେକାନିକ୍‌ ଏତଲା ଦେଇଥିବା ଜଣାଯାଇଛି। ତାଙ୍କର ଅଭିଯୋଗ ଅନୁଯାୟୀ ୨୦୧୭ରେ ଆଦିତ୍ୟ ପାଞ୍ଚୋଲି ନିଜର କାର୍‌ ସର୍ଭିସିଂ ପାଇଁ ତାଙ୍କୁ ଘରକୁ ଡାକିଥିଲେ। ଆଦିତ୍ୟଙ୍କର କାର୍‌ ଆଦୌ ଚାଲୁ ନ ଥିଲା। ଏଣୁ ସେହି କାର୍‌କୁ ମେକାନିକ୍‌ ମୋହସିନ୍‌ ଜୁହୁରେ ଥିବା ସର୍ଭିସ ସେଣ୍ଟରକୁ ନେଇଥିଲେ। କିନ୍ତୁ ସେଠାରେ ଆବଶ୍ୟକୀୟ ଉପକରଣ ଓ ଯନ୍ତ୍ରପାତି ନ ଥିବା ହେତୁ କାର୍‌ର ସର୍ଭିସିଂ ହୋଇ ପାରି ନ ଥିଲା। ସେହି ଲାଣ୍ଡ କ୍ରୁଜର ଗାଡିକୁ ଦିଲ୍ଲୀ ପଠାଇବାକୁ ପଡ଼ିଥିଲା।

୨୦୧୮ ମାସରେ ଗାଡିଟି ମୁମ୍ବାଇ ଫେରିଥିଲା।ଏହି ଗାଡ଼ିର ମରାମତି ଲାଗି ମୋଟ୍‌ ୨ ଲକ୍ଷ ୮୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା,ଯେତେବେଳେ ମୋହସିନ୍‌ ଗାଡ଼ିଟି ନେଇ ଆଦିତ୍ୟ ପାଞ୍ଚୋଲିଙ୍କ ଘରେ ପହଞ୍ଚଥିଲେ,ସେତେବେଳେ ତାଙ୍କୁ ଆଦିତ୍ୟ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ମୋବାଇଲ ଫୋନରେ ଜୀବନରୁ ମାରିଦେବାକୁ ବି ଧମକ ଦେଇଥିଲେ। ଅପର ପକ୍ଷରେ ଅଭିଯୁକ୍ତ ଆଦିତ୍ୟ ପାଞ୍ଚୋଲି କହିଛନ୍ତି ଯେ ମୋହସିନ୍‌ ଅଯଥା ତାଙ୍କ ଗାଡ଼ିଟି ବର୍ଷକରୁ ଅଧିକ ସମୟ ହେବ ଅଯଥାରେ ରଖିଥିଲେ। ତେବେ ସେ ମରାମତି ବାବଦର ଟଙ୍କା ଦେଇଛନ୍ତି,ଯାହାର ତାଙ୍କ ପାଖରେ ବ୍ୟାଙ୍କ୍‌ ଷ୍ଟେଟ୍‌ ମେଣ୍ଟ୍‌ ବି ରହିଛି। ପୁଲିସର କହିବା ଅନୁଯାୟୀ ଏହି ମାମଲାର ତଦନ୍ତ ଚାଲିଛି।

By amfnews

Related Post