Sat. Mar 1st, 2025

ଅବସର ପରେ କମନ୍‌ୱେଲ୍‌ଥ ଟ୍ରିବ୍ୟୁନାଲ୍‌ ସଭାପତି ପଦ ଗ୍ରହଣ ଲାଗି ଦେଇଥିବା ଅନୁମତି ପ୍ରତ୍ୟାହାର କଲେ ଜଷ୍ଟିସ୍ ସିକ୍ରି

By amfnews Jan 13, 2019 #Featured
298 Views

ନୂଆଦିଲ୍ଲୀ,13 Jan, 2019: ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଏକେ ସିକ୍ରି ଅବସର ପରେ କମନ୍‌ୱେଲ୍‌ଥ ସେକ୍ରେଟେରିଏଟ୍‌ ଆର୍ବିଟ୍ରାଲ ଟ୍ରିବ୍ୟୁନାଲ୍‌ (ସିଏସ୍‌ଏଟି)ର ସଦସ୍ୟ/ସଭାପତି ହେବାପାଇଁ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ରବିବାର ଅଗ୍ରହ୍ୟ କରିଦେଇଛନ୍ତି। ପ୍ରଥମେ ଏଥିଲାଗି ସେ ଅନୁମତି ଦେଇ ପରେ ଅସହମତି ପତ୍ର ଲେଖି ଜଣାଇଛନ୍ତି ।

ସୂଚନାଯୋଗ୍ୟ ଯେ ସେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗଢ଼ାଯାଇଥିବା ସିଲେକ୍ଟ କମିଟିର ସଦସ୍ୟ ଥିଲେ ଏବଂ ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କୁ ହଟାଇବାପାଇଁ ହୋଇଥିବା ନିଷ୍ପତ୍ତିକୁ ସମ୍ମତି ଦେଇଥିଲେ।

ସୁପ୍ରିମ୍‌କୋର୍ଟ ମୁଖ୍ୟବିଚାରପତିଙ୍କ ପରେ ସବୁଠାରୁ ବରିଷ୍ଠ ବିଚାରପତି ସିକ୍ରି ସରକାରଙ୍କୁ ଚିଠି ଲେଖି ରବିବାର ସନ୍ଧ୍ୟାରେ ହିଁ ସେ ପୂର୍ବରୁ ଦେଇଥିବା ଅନୁମତି ପ୍ରତ୍ୟାହାର କରିନେଇଛନ୍ତି।

ବିଶେଷ ସୂତ୍ରରୁ ଜଣାଯାଇଛି ଯେ, ସରକାର ଏହି ଉଚ୍ଚ ଅନ୍ତର୍ଜାତୀୟ ପଦବୀ ପାଇଁ ଗତ ମାସରେ ତାଙ୍କୁ ଅଫର ଦେଇଥିଲେ। ସେ ଅନୁମତି ମଧ୍ୟ ଦେଇଥିଲେ। ଏହି ଅବୈତନି ପଦବି ଅତି ମର୍ଯ୍ୟାଦାଜନକ। ତେବେ ଗଣମାଧ୍ୟମରେ ଏହାକୁ ନେଇ ଭିନ୍ନ ଚର୍ଚ୍ଚା ହେବା ଘଟଣା ତାଙ୍କୁ ବ୍ୟଥିତ କରିଥବା ଜଣାପଡ଼ିଛି। ଜଷ୍ଟିସ ସିକ୍ରି ଆସନ୍ତା ମାର୍ଚ୍ଚ ୬ରେ ଅବସର ଗ୍ରହଣ କରିବେ। ସେ ଏହି ସିଏସ୍‌ଏଟି ସଦସ୍ୟ ପଦ ଗ୍ରହଣ କରିଥିଲେ ଆସନ୍ତା ଚାରି ବର୍ଷ ପର୍ଯ୍ୟନ୍ତ ସେହି ପଦରେ ରହିଥାନ୍ତେ।

By amfnews

Related Post