Fri. Mar 6th, 2026

ଅବସର ଗ୍ରହଣ ଦିନ ହିଁ ଆଲୋକ ବର୍ମାଙ୍କ ଇସ୍ତଫାକୁ ନାମଞ୍ଜୁର କରିବା ସହ ବଦଳି କରାଯାଇଥିବା ଜାଗାରେ ଦାୟିତ୍ୱ ନେବାକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର

292 Views

ନୂଆଦିଲ୍ଲୀ: ଅବସର ଗ୍ରହଣ କରିବା ଦିନ ହିଁ ଚର୍ଚ୍ଚିତ ଆପିଏସ୍‌ ଅଧିକାରୀ ଆଲୋକ ବର୍ମାଙ୍କ ଇସ୍ତଫାକୁ ନାମଞ୍ଜୁର କରି ଦେଇଛନ୍ତି କେନ୍ଦ୍ର ସରକାର। ଏଥିସହ ତାଙ୍କୁ ଅବସର ଗ୍ରହଣ କରିବା ପୂର୍ବରୁ ଦିନକ ପାଇଁ ହେଲେ ସୁଦ୍ଧା ତାଙ୍କ ନୂତନ କାର୍ଯ୍ୟଭାର ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଏକ ବିବାଦୀୟ ପରିସ୍ଥିତିରେ କେନ୍ଦ୍ର ସରକାର ବରିଷ୍ଠ ଆଇପିଏସ୍‌ ଅଧିକାରୀ ଆଲୋକ ବର୍ମାଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ନିର୍ଦ୍ଦେଶକ ପଦବୀରୁ ବିଦା କରି ଦେଇଥିଲେ। ଏବଂ ତାଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ବିଭାଗର ମହା ନିର୍ଦ୍ଦେଶକ ଭାବେ ବଦଳି କରି ଦେଇଥିଲେ। ତେବେ, ଚଳିତ ଜାନୁଆରି ୩୧ ତାରିଖରେ ଆଲୋକ ବର୍ମା ଅବସର ଗ୍ରହଣ କରିବାକୁ ଥିବାରୁ ସେ ତାଙ୍କ ନୂତନ ବଦଳି ଆଦେଶ ଗ୍ରହଣ କରିବା ପୂର୍ବରୁ ଆଇପିଏସ୍‌ ଚାକିରୀରୁ ଇସ୍ତଫା ଦେଇ କେନ୍ଦ୍ର ସରକାରଙ୍କ ନିକଟକୁ ତାଙ୍କର ଇସ୍ତଫା ପତ୍ର ପଠାଇ ଦେଇଥିଲେ।

ହେଲେ, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଆଜି ଅବସର ଗ୍ରହଣ କରିବା ଦିନ ହିଁ ଆପିଏସ୍‌ ଅଧିକାରୀ ଆଲୋକ ବର୍ମାଙ୍କ ଇସ୍ତଫାକୁ ନାମଞ୍ଜୁର କରି ଦେଇଛନ୍ତି। ଏଥିସହ ତାଙ୍କୁ ଅବସର ଗ୍ରହଣ କରିବା ପୂର୍ବରୁ ଦିନକ ପାଇଁ ହେଲେ ସୁଦ୍ଧା ତାଙ୍କୁ ଯେଉଁ ନୂତନ ସ୍ଥାନ, ଅଗ୍ନିଶମ ଓ ହୋମଗାର୍ଡ ବିଭାଗର ମହା ନିର୍ଦ୍ଦେଶକ ଭାବେ ବଦଳି କରିଥିଲେ ସେଠାରେ କାର୍ଯ୍ୟଭାର ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

By amfnews

Related Post