165 Views
ନୂଆଦିଲ୍ଲୀ : ନ୍ୟାୟପାଳିକା ବିରୋଧରେ ଟୁଇଟ୍ କରି ଦୋଷୀ ସାବ୍ୟସ୍ତ ହୋଇଥିବା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ଅଦାଲତ ଅବମାନନା ମାମଲାରେ ଆଜି ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି। ନ୍ୟାୟପାଳିକା ବିରୋଧରେ ଟ୍ୱିଟ୍ କରି ଦୋଷୀ ସାବ୍ୟସ୍ତ ହୋଇଥିବା ପ୍ରଶାନ୍ତ ଭୂଷଣଙ୍କୁ ସେପ୍ଟେମ୍ବର ୧୫ସୁଦ୍ଧା ଟଙ୍କା ୧ଟଙ୍କା ଜରିମାନା ଦେବାକୁ ସୁପ୍ରିମକୋର୍ଟ କହିଛନ୍ତି। ଯଦି ପ୍ରଶାନ୍ତ ଭୂଷଣ ସେପ୍ଟେମ୍ବର ୧୫ସୁଦ୍ଧା ଟଙ୍କା ୧ଟଙ୍କା ଜରିମାନା ଜମା କରିବାରେ ବିଫଳ ହୁଅନ୍ତି, ତେବେ ବରିଷ୍ଠ ଆଇନଜୀବୀଙ୍କୁ ତିନିମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ ଏବଂ ତିନିମାସ ପାଇଁ ତାଙ୍କୁ ପେସାରୁ ବଞ୍ଚିତ କରାଯିବ ବୋଲି ସୁପ୍ରିମକୋର୍ଟ ସୋମବାର କହିଛନ୍ତି।