457 Views
ରାଉରକେଲା, ୧ ।୯ : ରାଉରକେଲା ଅବକାରୀ ଓ ବୀରମିତ୍ରପୁର ପୁଲିସର ମିଳିତ ଉଦ୍ୟମରେ କୁଆରମୁଣ୍ଡା ବ୍ଲକ୍ର ବିଭିନ୍ନ ସ୍ଥାନରେ ଚଢଋଉ କରାଯାଇ ୫ ହଜାର କେଜି ମହୁଲ ପୋଚ ଓ ୭୫୦ ଲିଟର ଦେଶୀ ମଦଚ ଜବତ କରାଯାଇଛି । ଏହି ଚଢଉ କୁଆଁରମୁଣ୍ଡା ବ୍ଲକ୍ର କାରିଛାପଲ ଓ ଅଙ୍କୁରପାଲି ଅଞ୍ଚଳରେ କରାଯାଇଥିଲା ।
ଚଢଉ ବେଳେ ସମ୍ପୃକ୍ତ ଅଞ୍ଚଳରେ ବେଆଇନ ଭାବେ ଚାଲିଥିବା ଦେଶୀମଦ ଭାଟିରେ ଚଢ଼ଉ କରାଯାଇ ୫ ହଜାର କେଜି ମହୁଲ ପୋଚ ଓ ୭୫୦ ଲିଟର ଦେଶୀମଦ ଜବତ କରାଯାଇଛି । ଏଥିସହ ମଦ ପ୍ରସ୍ତୁତିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ, ୧୦ରୁ ଊଦ୍ଧ୍ୱର୍ ମହୁଲ ଭର୍ତ୍ତି ବୋରା, ଅନ୍ୟାନ୍ୟ ସମାଗ୍ରୀ ପୁଲିସ ଜବତ କରିଛି ।