Sat. Mar 7th, 2026

ଅପହଞ୍ଚ ଇଲାକାରେ ବିକାଶ ଠପ୍‌

226 Views

ଜୟପାଟଣା: ଜୟପାଟଣା ବ୍ଲକ୍‌ର ଅନେକ ଦୁର୍ଗମ ଅଞ୍ଚଳରେ ଆଜି ବି ବିକାଶ ପହଞ୍ଚି ପାରିନାହିଁ। ଫଳରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ବିଜୁଳି, ଗମନାଗମନ ଆଦି କ୍ଷେତ୍ରରେ ଏହି ବ୍ଲକ୍‌ର ନଳାଚୁଅାଁ, ବାଙ୍ଗଟିସାହାଜ, ଭାଟିପାସ, ଭିତରପଣ୍ଡି, ଉପରଆଟିଗାଁ, ଜାମପଡ଼ା, ଦାବ୍ରିଘାଟି, କରାଘାଟି, ଟେଣ୍ଡକାଚୁଅାଁ, ପଟାକୁସୁମି, ଡ଼ଙ୍ଗରୀଗୁଡ଼ା, ତଳଡ଼ଙ୍ଗରୀଗୁଡ଼ା, ଢ଼ୁଲୁପଖାନ, ଭାଲୁଯୋର, ଚାନ୍ଦପୁର ଆଦି ଅଞ୍ଚଳର ଲୋକେ ବଂଚିତ ରହିଛନ୍ତି।

ବିକାଶ କହିଲେ ଏମାନେ ସଂଯୋଗକୁ ହିଁ ବୁଝିଥାନ୍ତି। ସେତକ ବି ସେମାନଙ୍କୁ ଆଜି ପର୍ଯ୍ୟନ୍ତ ମିଳିଲା ନାହିଁ। ଏପରିକି ଆମ ଗାଁ ଆମ ବିକାଶ ଯୋଜନାରେ ୧୯୩ଟି ପ୍ରକଳ୍ପ ପାଇଁ ୪ କୋଟି ୨୦ ଲକ୍ଷ ଟଙ୍କା ମଞ୍ଜୁର ହେବା ସତ୍ୱେ ଏମାନଙ୍କ ପାଇଁ କାଣିଚାଏ ସହାୟତା ମିଳି ପାରିଲା ନାହିଁ।

ଏ ସଂକ୍ରାନ୍ତରେ ଜୟପାଟଣା ବିଡ଼ିଓ ଲରିମନ ଖର୍ସେଲଙ୍କୁ ପଚାରିବାରୁ ଚିଠା ସଂକ୍ରାନ୍ତରେ ସେ କିଛି ଜାଣି ନାହାନ୍ତି ବୋଲି କହିଥିଲେ। ଏବେ ସମସ୍ତ ଯୋଜନାକୁ ତର୍ଜମା କରି ଜିଲ୍ଲା ପ୍ରଶାସନ ଏହି ଅବହେଳିତ ଅପହଞ୍ଚ ଇଲାକାମାନଙ୍କର ବିକାଶର ଚିନ୍ତା କରିବା ପାଇଁ ଦାବି ହେଉଛି ।

By amfnews

Related Post