Mon. Dec 23rd, 2024

ଅପରାଧ କମାଇବାକୁ କମିଶନରେଟ୍ ପୋଲିସ୍ ର ନୂଆ ପଦକ୍ଷପ : ରାଜଧାନୀ ଉପରେ ନଜର ରଖିବ ଡ୍ରୋନ୍

By amfnews Dec 29, 2020 #Featured
284 Views

ଭୁବନେଶ୍ୱର, ଡିସେମ୍ବର ୨୯ : ଅପରାଧିକ କାର୍ଯ୍ୟକଳାପର ପେଣ୍ଠସ୍ଥଳୀ ସାଜିଥିବା ରାଜଧାନୀ ଭୁବନେଶ୍ୱରରେ ଅପରାଧ ଏବେ କମିଶନରେଟ୍ ପୋଲିସ୍ ର ମୁଣ୍ଡବିନ୍ଧାର କାରଣ ପାଲଟିଛି । ଅପରାଧ କମାଇବା ପାଇଁ ସବୁ ସମୟରେ କମିଶନରେଟ୍ ପୋଲିସ୍ ପକ୍ଷରୁ ଅନେକ ପଦକ୍ଷପ ମାନ ଗ୍ରହଣ ମଧ୍ୟ କରାଯାଉଛି ତଥାପି ସବୁ ଯୋଜନା, ସବୁ ପଦକ୍ଷପ ଅପରାଧି ମାନଙ୍କ ଆଗରେ ଫେଲ୍ ମାରୁଛି । ଯାହା ଫଳରେ ଏବେ କେବଳ ରାଜଧାନୀ ଭୁବନେଶ୍ୱର ନୁହେଁ ସମଗ୍ର ରାଜ୍ୟ ଅପରାଧ ବଢି ଚାଲିଛି ।

ବର୍ତମାନ ରାଜଧାନୀ ଭୁବନେଶ୍ୱରରେ ବଢୁଥିବା ଅପରାଧକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ୍ ନୂଆ ପଦକ୍ଷପ ନେବାକୁ ଯାଉଛି । ଏଣିକି ପୁରା ରାଜଧାନୀ ଉପରେ ନଜର ରଖିବ ଡ୍ରୋନ୍ କ୍ୟାମେରା । ଦିନ ରାଜି ୨୪ ଘଣ୍ଟା ଆକାଶ ମାର୍ଗରୁ ସହରର ସବୁ ଗଳି କନ୍ଦିକୁ ଜଗିବ ଡ୍ରୋନ୍ ।

ଅପରାଧ ଉପରେ ନଜର ରଖିବା ସହିତ ରାଜଧାନୀ ବାସୀଙ୍କୁ ଶୀଘ୍ର ଓ ସହଜରେ ସୁବିଧା ଯୋଗାଇ ଦେବା ପାଇଁ କମିଶନରେଟ୍ ପୋଲିସ୍ ପକ୍ଷରୁ ଏଭଳି ପଦକ୍ଷପ ନିଆଯାଇଥିବା ସୂଚନା ମିଳିଛି । 

ଏହି ଡ୍ରୋନ୍ ପୋଜେକ୍ଟ ପାଇଁ କମିଶନରେଟ୍ ପୋଲିସ୍ ପ୍ରାୟ ଦେଢ କୋଟି ଟଙ୍କା ବ୍ୟୟରେ ୧୫ଟି ଅତ୍ୟାଧୁନିକ ଡ୍ରୋନ୍ କିଣିବାକୁ ଯାଉଛି । ଏବଂ ଏହି ଡ୍ରୋନ୍ ଗୁଡିକର ପରିଚାଳନା କମିଶନରେଟ୍ ସ୍ଲେିସ୍ ର ମଡର୍ଣ୍ଣ କଣ୍ଟ୍ରୋଲ ରୁମ୍ ଦ୍ୱାରା କରାଯିବ । ପୋଲିସ୍ କଣ୍ଟ୍ରୋଲ ରୁମ୍ କୁ କୌଣସି ସ୍ଥାନରୁ କିଛି ସୂଚନା ମିଳିବା ମାତ୍ରେ ଯେଉଁଭଳି ପିସିଆର୍ ଭ୍ୟାନ ଘଟଣାସ୍ଥଳରେ ପହଞ୍ଚିଥାଏ ଠିକ୍ ସେହିପରି ଡ୍ରୋନ୍ ସେହି ସ୍ଥାନକୁ ଉଡି ପୁରା ଘଟଣା ଚିତ୍ର କଣ୍ଟ୍ରୋଲ ରୁମ୍ କୁ ପଠାଇବ ଯାହା ଦ୍ୱାରା ଦୁର୍ଘଟଣା ହେଉ କି ଅନ୍ୟ କିଛି ସମସ୍ୟା ତୁରନ୍ତ ଜାନସାଧାରଣଙ୍କ ପାଖରେ ଆବଶ୍ୟକୀୟ ସୁବିଧା ପହଞ୍ଚାଇ ଯାଇ ପାରିବ ।

ରାଜଧାନୀର ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥାକୁ ଅଧିକ ମଜ୍‌ଭୁତ୍ କରିବା ଲାଗି ଏଭଳି ଏକ ଅତ୍ୟାଧୁନିକ ପଦକ୍ଷେପ ନେବାକୁ କମିସନରେଟ୍ ପୁଲିସ ନିଷ୍ପତ୍ତି ନେଇଛି । ସହରର ପ୍ରମୁଖ ଛକ ଗୁଡ଼ିକରେ ସିସିଟିଭି ରହିଛି । ଏହା ସତ୍ତ୍ୱେ ଅନେକ ସମ୍ବେଦନଶୀଳ ସ୍ଥାନ ରହିଛି । ସେସବୁ ସ୍ଥାନ ଗୁଡ଼ିକ ଉପରେ ମଧ୍ୟ ଡ୍ରୋନ୍ ମାଧ୍ୟମରେ ନଜର ରଖାଯାଇପାରିବ । ଏବଂ ଏଥିପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି ପୋଲିସ୍ କମିଶନର ଡ.ସୁଧାଶୁଂ ଷଡଙ୍ଗୀ କହିଛନ୍ତି ।

By amfnews

Related Post