Sat. Mar 7th, 2026

ଅପରାଜିତା ଟୁଇଟ ନେଇ ରାଜନୀତି ମହଲରେ ଚର୍ଚ୍ଚା, ପରୋକ୍ଷରେ ଦେଲେ ଏପରି ଇଙ୍ଗିତ

482 Views

ଭୁବନେଶ୍ୱର: ବରିଷ୍ଠ ପ୍ରଶାସକ ଅପରାଜିତା ଷଡ଼ଙ୍ଗୀ ବିଜେପିରେ ମିଶି ତାଙ୍କର ରାଜନୈତିକ କ୍ୟାରିୟର ଆରମ୍ଭ କରିବା ଚର୍ଚ୍ଚା ଯେତିକି ବଢୁଛି, ସେତିକି ସରଗରମ ହେବାରେ ଲାଗିଛି ରାଜ୍ୟ ରାଜନୀତି । ଏହି ସମୟରେ ନିଜ ଟୁଇଟ ପେଜରେ ଅପରାଜିତା ଏପରି କିଛି ପୋଷ୍ଟ କରିଛନ୍ତି, ଯାହା ତାଙ୍କ ପରବର୍ତ୍ତୀ ପଦକ୍ଷେପକୁ ଇଂଗିତ କରୁଛି ।

ଅପରାଜିତା ଷଡ଼ଙ୍ଗୀ ଟୁଇଟରରେ ଲେଖିଛନ୍ତି, ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥ ସମସ୍ତଙ୍କ ଦ୍ୱାରା ଟଣା ଯାଇଥାଏ।
ଅପରାଜିତାଙ୍କ ଏହି ପୋଷ୍ଟର ଶବ୍ଦ ଗୁଡିକରେ ରାଜନୀତିର ସଂକେତ ମିଳିବା ପରେ ଭକ୍ତଶେଖର ରାୟ ନାମକ ଜଣେ ବ୍ୟକ୍ତି ଟୁଇଟ କରି ପଚାରିଥିଲେ –

ମ୍ୟାଡମ ଆପଣଙ୍କୁ ଉପଦେଶ ଉଦ୍ଦେଶ୍ୟରେ ନୁହେଁ, ଜଣେ ଶୁଭେଚ୍ଛୁ ଭାବେ ମୁଁ ଆପଣଙ୍କୁ କହିବାକୁ ଚାହେଁ, ଆପଣ ଜଣେ ଦକ୍ଷ ପ୍ରଶାସକ ଭାବେ ଓଡିଶାରେ ପରିଚିତ। ଆପଣ ରାଜନୀତିକୁ ଆସିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ରାଜନୀତି ଗୋଟିଏ ଗୋଳିଆ ପାଣି ସଦୃଶ, ତେଣୁ ଭାବିଚିନ୍ତି ପଦକ୍ଷେପ ନିଅନ୍ତୁ,ସମ୍ମାନ କେଉଁଠି ଆଗେ ଭାବନ୍ତୁ ।

ଏହାର ଉତ୍ତରରେ ଅପରାଜିତା ଯୁଇଟ କରି ଲେଖିଛନ୍ତି, ମୁଁ ସବୁବେଳେ ଆହ୍ଵାନକୁ ସାମ୍ନା କରିବାକୁ ଭଲପାଏ।
ଯଦି ଆମର ଉଦ୍ଦେଶ୍ୟ ଠିକ ଥାଏ ଓ କଠିନ ପରିଶ୍ରମ କରିବା ପାଇଁ ପ୍ରସ୍ତୁତ ରହିବା, ତେବେ ବିଶ୍ୱର ସବୁ ଗତିବିଧି ଆମ ସପକ୍ଷରେ ରହିବ।

ସେହିପରି ଆଉ ଏକ ପୋଷ୍ଟରେ ଅପରାଜିତା ଲେଖିଛନ୍ତି, କେବଳ ବଂଚିବା ମୋ ଜୀବନର ଲକ୍ଷ୍ୟ ନୁହେଁ। ବରଂ ଉନ୍ନତିମୂଳକ କାର୍ଯ୍ୟରେ ନିୟୋଜିତ ଜୀବନ ଚାହେଁ । ନିଜର ଆଗ୍ରହ, ଆନନ୍ଦ ଓ ଅନ୍ଦାଜରେ କାମ କରିବା ପାଇଁ ଚାହେଁ ।

ଅନ୍ୟପକ୍ଷରେ, ଆଇଏଏସ୍‌ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ ରାଜନୀତିରେ ଯୋଗ ଦେବା ନେଇ କଳ୍ପନା ଜଳ୍ପନା ଚାଲୁଥିବା ବେଳେ ସାମ୍ନାକୁ ଆସିଛି ଅପରାଜିତାଙ୍କ ଏକ ଟୁଇଟ। ଏଥିରୁ ଅନୁମାନ କରି ହେଉଛି ଯେ ନୂଆ କ୍ୟାରିୟର ପାଇଁ ପୂରା ଦମ୍‌ ଲଗାଇ ମାନସିକ ପ୍ରସ୍ତୁତି କରୁଛନ୍ତି ଏହି ବ୍ୟୁରୋକ୍ରାଟ୍‌ । ବିଜେପିରେ ଅପରାଜିତା ଯୋଗ ଦେବା ନେଇ ଚର୍ଚ୍ଚା ବଢୁଥିବା ବେଳେ ଏହାକୁ ନେଇ ଉଷୁମ ହେଉଛି ରାଜ୍ୟ ରାଜନୀତି । ବିଜେପିରେ ଯୋଗ ଦେବା ପରେ ତାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇପାରେ ବୋଲି ମଧ୍ୟ ଆଲୋଚନା ହେଉଛି।

By amfnews

Related Post