Sat. Mar 7th, 2026

ଅନ୍‌ଲାଇନ୍‌ ଟିଆରପିରେ ‘ଦ କପିଲ ଶର୍ମା’ ସୋ’ ଏକ ନମ୍ବର

344 Views

ମୁମ୍ବାଇ, ଜାନୁଆରୀ ୧୮ : ପ୍ରାୟ ବର୍ଷକପରେ ଜଣାଶୁଣା କମେଡିଆନ୍‌ କପିଲ ଶର୍ମା ଟେଲିଭିଜନ୍‌ ପରଦାକୁ ଫେରିଛନ୍ତି। ଏଥର କପିଲ ସୋନି ଟିଭି ସହିତ ହାତ ମିଳାଇ ‘ଦ କପିଲ ଶର୍ମା’ ସୋ’ ସିଜିନ୍‌-୨’ନେଇ ଆସିଛନ୍ତି। କପିଲ ଶର୍ମାଙ୍କର ଏହି ସୋ’ର ପ୍ରଯୋଜନା କରୁଛନ୍ତି ସଲମାନ୍‌ ଖାନ୍‌।

କପିଲ ଶର୍ମାଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଖୁସି ଖବର ଯେ ଏହି ସୋ’ ଟି ଆର ପି ତାଲିକାରେ ଟପ୍‌ରେ ରହିଛି। ଏଯାଏଁ କପିଲ ଶର୍ମାଙ୍କ ଏହି ସୋ’ର ୪ଟି ଏପିସୋଡ୍‌ ପ୍ରସାରିତ ହୋଇଛି। ଚଳିତ ସପ୍ତାହର ଅନ୍‌ଲାଇନ୍‌ ଟି ଆର ପିରେ ସୋ’କୁ ଏକ ନମ୍ବର ସ୍ଥାନ ମିଳିଛି। ବେଶ୍‌ କିଛି ସପ୍ତାହ ଧରି ‘ନାଗିନ୍‌ -୩’ ଟପ୍‌ରେ ଥିଲା,ମାତ୍ର ଏଥର ଏହା ଦ୍ୱିତୀୟ ସ୍ଥାନକୁ ଖସିଆସିଛି। ଏଣେ ଟିଆରପି ରେଟିଂରେ ଅନ୍ୟ ଏକ ସୋ’ ଇଶ୍କ ବାଜ୍‌ ବି ତଳକୁ ଖସିଯାଇଛି। ପିଙ୍କଭିଲାର ଖବର ଅନୁଯାୟୀ କପିଲ ଶର୍ମାଙ୍କ ସୋ’କୁ ୩୫.୫ ପଏଣ୍ଟ ମିଳିଛି। ଅନ୍ୟ ପକ୍ଷରେ ‘ ନାଗିନ୍‌-୩’ ସୋ’କୁ ୩୩.୩ ପଏଣ୍ଟ ମିଳିଛି। ଏଥର ଚତୁର୍ଥ ସ୍ଥାନରେ ରହିଛି ଏକତା କପୁରଙ୍କ ଲୋକପ୍ରିୟ ମେଗା ଧାରାବାହିକ ‘କସୌଟି ଜିନ୍ଦେଗି କି-୨’। ତୃତୀୟ ସ୍ଥାନରେ ରହିଛି ‘ୟେ ଉନ୍‌ ଦିନୋଁକି ବାତ୍‌ହେ’।

By amfnews

Related Post