Sat. Mar 7th, 2026

ଅନ୍ୟ ଜାତିର ଯୁବତୀକୁ ପ୍ରେମ କରିବା ପ୍ରେମିକକୁ ମହଙ୍ଗା ପଡ଼ିଲା

214 Views

ଲକ୍ଷ୍ନୌ, ଜାନୁୟାରୀ ୦୩  : ଅନ୍ୟ ଜାତିର ଯୁବକ ସହିତ ନିଜ ଝିଅର ପ୍ରେମ ସଂପର୍କକୁ ନେଇ ଅସନ୍ତୁଷ୍ଟ ହୋଇ ଜଣେ ପ୍ରେମିକକୁ ପିଟି ପିଟି ମରା ଯାଇଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୁଲିସର ସୂଚନା ଅନୁଯାୟୀ ଗତି ନିବାସୀ ମୈକୁଲାଲ ପ୍ରଜାପତି ପୁଅ ରାମଧନ(୨୦) ଘରେ ଶୋଇଥିଲା। ରାତି ପ୍ରାୟ ତିନିଟା ବେଳେ ତାଙ୍କୁ ସୂଚନା ମିଳିଲା ଯେ ରାମଧନ୍‌ ପଡୋଶୀ ସିୟାରାମ ଗୌତମ୍‌ଙ୍କ ଘରକୁ ଆସିଥିଲା। ସେଠାରେ ତାକୁ ପିଟିପିଟି ମାରି ଦିଆଯାଇଛି। ତାଙ୍କୁ ଜିଲ୍ଲା ହସ୍ପିଟାଲ ନିଆଯିବା ବାଟରେ ତା’ର ପ୍ରାଣବାୟୁ ଉଡିଯାଇଥିଲା।

ରାମଧନ ସିୟାରାମଙ୍କ ଝିଅକୁ ପ୍ରେମ କରଥିିଲା। ଏକଥା ଜାଣିବା ପରେ ମୈକୁଲାଲ୍‌ ପୁଅ ରାମଧନକୁ ଏଥିରୁ ନିବୃତ୍ତ ହେବା ପାଇଁ କହିଥିଲା। ସେଥିପାଇଁ ସେ ପୁଅକୁ ତାଗିଦ୍‌ ମଧ୍ୟ କରିଥିଲେ। ଖାଲି ସେତିକି ନୁହେଁ ସେ ରାମଧନକୁ ମୈଲାନି ମାତା ମନ୍ଦିରରେ ସେହି ଝିଅ ସହିତ ସଂପର୍କ ନ ରଖିବାର ଶପଥ ମଧ୍ୟ ଦେଇଥିଲା। ସିୟାରାମଙ୍କ ଯେଉଁ ଝିଅ ସହିତ ରାମଧନର ସଂପର୍କ ଥିଲା,ତା’ଜରିଆରେ ରାମଧନକୁ ଘରକୁ ଡାକିଥିଲେ। ଘରେ ପାଖରେ ଥିବା ଶୌଚାଳୟ ପାଖରେ ସୀୟାରାମ,ତାଙ୍କ ସ୍ତ୍ରୀ ନିର୍ମଳା ଓ ପୁଅ ସନ୍ଦୀପ ଓ ପ୍ରଦୀପ ମିଶି କରି ରାମଧନକୁ ପିଟିଥିଲେ। ଏହି ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ପୁଲିସ ମାମଲା ରୁଜ୍ଜୁ କରିଛି।

By amfnews

Related Post