Sat. Mar 7th, 2026

‘ଅନ୍ଦାଜ୍‌ ଅପ୍‌ନା ଅପ୍‌ନା’ର ରିଲୋଡେଡ୍‌ ଭର୍ସନରେ ରଣବୀର ସିଂହ ଏବଂ ବରୁଣ ଧଓ୍ଵନ !

454 Views

ମୁମ୍ବାଇ, ଜାନୁଆରୀ ୧୯ : ବଲିଉଡରେ ପ୍ରତିବର୍ଷ କମେଡି ସିନେମା ରିଲିଜ୍‌ ହେଉଛି। ହେଲେ ଏଥିଭିତରୁ କେତୋଟି କାଳକାଳକୁ ମନେ ରହୁଛି । ଏମିତି ଏକ ସିନେମା ହେଲା ୧୯୯୪ର କ୍ଲାସିକ୍‌ କମେଡି ‘ଅନ୍ଦାଜ୍‌ ଅପ୍‌ନା ଅପ୍‌ନା’ । ଏବେ ଏହାର ରିମେକ୍‌ ତିଆରି ହେଉଥିବା ନେଇ ଚର୍ଚ୍ଚା ହେଉଛି। ଏହି ଫିଲ୍ମଟି ଏହାର ରିଲୋଡେଡ୍‌ ଭର୍ସନରେ ନିର୍ମାତା ରଣବୀର ସିଂହ ଏବଂ ବରୁଣ ଧଓ୍ଵନଙ୍କୁ ନେବାକୁ ଯୋଜନା ରଖିଛନ୍ତି। ଏସଂପର୍କରେ ସେ ଉଭୟ କଳାକାରଙ୍କୁ ଅଫର୍‌ ମଧ୍ୟ ଦିଆଯାଇଛି ବୋଲି କହିଛନ୍ତି ନିର୍ମାତା।

ଅମୀର ଖାନ୍‌, ସଲମାନ୍‌ ଖାନ୍‌, ରବିନା ଟଣ୍ଡନ ଓ କରିସ୍ମା କପୁର ଷ୍ଟାର୍‌ର ମୁଭି ‘ଅନ୍ଦାଜ୍‌ ଅପ୍‌ନା ଅପ୍‌ନା’ର ନିର୍ଦ୍ଦେଶନା ଦେଇଥିଲେ ହିଟ୍‌ ଡିରେକ୍ଟର ରାଜ କୁମାର ସନ୍ତୋଷୀ। ମାତ୍ର ଏହାର ନୂଆ ଭର୍ସନର ନିର୍ଦ୍ଦେଶନା ଦେବେନି ସନ୍ତୋଷୀ। ଅନ୍ୟ ଜଣେ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶନା ଦାୟିତ୍ୱ ମିଳିବ। ତେବେ ଏଥିରେ କେଉଁ ଦୁଇଜଣ ନାୟିକାଙ୍କୁ ନିଆଯିବ,ତାହା ସ୍ପଷ୍ଟ କରିନାହାନ୍ତି ନିର୍ମାତା ପ୍ରୀତି ଏବଂ ବିନୟ ସିହ୍ନା।

By amfnews

Related Post