Sat. Mar 7th, 2026

ଅନ୍ତରୀଣ ବଜେଟ୍‌: ଜାନୁଆରି ୨୦୧୯ରେ ଜିଏସ୍‌ଟି ଆଦାୟ ୧ ଲକ୍ଷ କୋଟି ଟଙ୍କା ଟପିଛି

249 Views

ନୂଆଦିଲ୍ଲୀ : ଜାନୁଆରି ୨୦୧୯ରେ ଜିଏସ୍‌ଟି ଆଦାୟ ୧ ଲକ୍ଷ କୋଟି ଟଙ୍କା ଟପିଛି ବୋଲି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ପିୟୂଷ ଗୋୟଲ୍। ବାର୍ଷିକ ୫ କୋଟିରୁ କମ୍‌ କାରବାର ହେଉଥିବା ବ୍ୟବସାୟକୁ ପ୍ରତି ୩ ମାସରେ ରିଟର୍ଣ୍ଣ ଦାଖଲ କରିବାକୁ ଅନୁମତି ଦିଆଯିବ ଓ  ଏମାନଙ୍କ ମଧ୍ୟରେ ଅଛନ୍ତି ୯୦% ଜିଏସ୍‌ଟି ପୈଠକାରୀ।

କ୍ରମାଗତ ଭାବେ ଜିଏସ୍‌ଟି ହାର ହ୍ରାସ ପାଉଥିବା ଯୋଗୁଁ ୮୦,୦୦୦ କୋଟି ଗ୍ରାହକ ଆଶ୍ୱସ୍ତି ପାଇଛନ୍ତି। ଗରିବ ଓ ମଧ୍ୟମ ବର୍ଗର ଲୋକମାନଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀଗୁଡ଼ିକୁ ୦% ରୁ ୫% ଟିକସ ବନ୍ଧନୀ ମଧ୍ୟରେ ରଖାଯାଇଛି। ରିୟଲ୍‌ ଇଷ୍ଟେଟ୍‌ କ୍ଷେତ୍ରରେ ଥିବା ୧୮% ଥିବା ଜିଏସ୍‌ଟି ହ୍ରାସ ପାଇଁ ମନ୍ତ୍ରିସ୍ତରୀୟ କମିଟି ଗଠନ କରାଯିବ ବୋଲି ଗୋୟଲ୍‌ କହିଛନ୍ତି।

ପ୍ରାୟ ଦୁଇ ବର୍ଷ ମଧ୍ୟରେ ଆଇଟି ରିଟର୍ଣ୍ଣର ସମସ୍ତ ମୂଲ୍ୟାୟନ ଓ ତନଖି  ଡିଜିଟାଲ୍ ମାଧ୍ୟମରେ କରାଯିବ। କୌଣସି ଟିକସ ଅଧିକାରୀଙ୍କ ହସ୍ତକ୍ଷେପ ବିନା ପୁଙ୍ଖାନୁପୁଙ୍ଖ ବିବରଣୀ ନ ଥିବା ଟିକସ ପ୍ରଣାଳୀ ଦ୍ୱାରା ଏହି କାର୍ଯ୍ୟ କରାଯିବ। ପ୍ରତ୍ୟେକ୍ଷ ଟିକସ ବ୍ୟବସ୍ଥା ଯୋଗୁଁ  କରଦାତାମାନଙ୍କର ଉପକାର କରିବ। ୨୦୧୪ରେ ୬. ୩୮ ଲକ୍ଷ କୋଟି ଟଙ୍କା ଥିବା ପ୍ରତ୍ୟେକ୍ଷ ଟିକସ ୨୦୧୯ରେ ୧୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।

By amfnews

Related Post