Thu. Jan 9th, 2025

ଅନେକ ବିବାଦ ପରେ ମଧ୍ୟ ଆଗେଇ ଚାଲିଛି ‘ଦ ଏକ୍ସିଡ଼େଣ୍ଟାଲ ପ୍ରାଇମିନିଷ୍ଟର’ ଫିଲ୍ମ ,ଦ୍ୱିତୀୟ ଦିନରେ ବକ୍ସ ଅଫିସରେ କେତେ କରିବ ଆୟ

By amfnews Jan 12, 2019 #Featured
238 Views

Khabar Odisha:entertainment-Odisha-the-accidental-prime-minister-movie-income
ମୁମ୍ବାଇ ,ଜାନୁଆରୀ ୧୨, 2019: ଫିଲ୍ମି ଫ୍ରାଇଡ଼େରେ ରିଲିଜ ହୋଇଥିବା ସିନେମା ‘ଦ ଏକ୍ସିଡ଼େଣ୍ଟାଲ ପ୍ରାଇମିନିଷ୍ଟର’ ବକ୍ସ ଅଫିସରେ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି । ପୂର୍ବତନ ପ୍ରଧାନ ମନ୍ତ୍ରୀ ମନମୋହନ ସିଂଙ୍କ ରାଜନୈତିକ ଜୀବନୀ ଉପରେ ଆଧାରିତ ଏହି ଫିଲ୍ମକୁ ନେଇ ବର୍ତ୍ତମାନ ରାଜନୀତି ସରଗରମ ହୋଇଉଠିଛି। କିଛି ବରିଷ୍ଠ ନେତା ଏହି ଚରିତ୍ରକୁ ତୀବ୍ର ସମାଲୋଚନା କରିଥିଲେ। କିଛି ଜାଗାରେ ଏହି ସିନେମା ବନ୍ଦ ହୋଇଯାଇଛି ତ ଆଉ କେଉଁଠି ହଙ୍ଗାମା ସୃଷ୍ଟି ହୋଇଛି । ଦ୍ୱିତୀୟ ଦିନରେ ଏହି ସିନେମା କେତେ ଆୟ କରିବ ତାହା ଆକଳନ କରାଯାଉଛି ।

‘ଦ ଏକ୍ସିଡ଼େଣ୍ଟାଲ ପ୍ରାଇମିନିଷ୍ଟର’ ସିନେମାରେ ମନମୋହନ ସିଂ ଙ୍କ ଚରିତ୍ରରେ ଅନୁପମ ଖେର  ମୁଖ୍ୟ ଭୂମିକାରେ ନଜରକୁ ଆସିଛନ୍ତି । ଏହି ଫିଲ୍ମଟି ମନମୋହନଙ୍କ ମିଡ଼ିଆ ପରାମର୍ଶଦାତା ସଞ୍ଜୟ ବାରୁଙ୍କ ଲିଖିତ ପୁସ୍ତକ ଉପରେ ଅାଧାରିତ। ଏହି ସିନେମାକୁ ନେଇ ଦୀର୍ଘ ସମୟ ଧରି ବିବାଦ ଓ ସମାଲୋଚନା ଜାରୀ ରହିଥିଲା । ରତ୍ନାକର ଗୁଡ୍ଡେଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମଟି ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିବା ସହ ଆୟ ମଧ୍ୟ କରିବ ବୋଲି ଆଶା କରାଯାଇଛି ।

ରାଜନୈତିକ ନେତା ,ପ୍ରଶାସନ ଓ ସାମ୍ବାଦିକଙ୍କ ମଧ୍ୟରେ ଏହା ଏକ କୌତୁହଳର ବିଷୟ ପାଲଟିଛି । ପ୍ରଥମ ଦିନରେ ଫିଲ୍ମର ଆୟ ତିନି ,ଚାରି କୋଟି ଆକଳନ କରାଯାଇଥିଲା ,ଏହା ଦ୍ୱିତୀୟ ଦିନରେ ପାଞ୍ଚ କୋଟି ଟଙ୍କା ଆୟ କରିବ ବୋଲି ଆଶା କରାଯାଇଛି । ୨୦୧୯ ନିର୍ବାଚନ ଉପରେ ଏହି ସିନେମାର ପ୍ରଭାବ ପଡ଼ୁଛି ।   ସିନେମାରେ ମନମୋହନ ସିଂଙ୍କ ମହିମାମଣ୍ଡନ କରିବା ସହ ଗାନ୍ଧୀ ପରିବାର ଛବିକୁ ମଳିନ କରିଛି । କିଛି ଲୋକ ଏହି ସିନେମାକୁ ପ୍ରୋପାଗାଣ୍ଡା ଦର୍ଶାଇଛନ୍ତି। ଏହି ସିନେମାରେ ଦେଖାଯାଉଥିବା ଏହା କାଷ୍ଟିଙ୍ଗ । ଫିଲ୍ମ ମେକରଙ୍କୁ ରିଏଲ ଲାଇଫ ନେତାଙ୍କ ସହ ସମାନତା ଥିବା ଅଭିନେତା ମିଳିବା କଷ୍ଟକର ଥିଲା ।

By amfnews

Related Post