Fri. Mar 6th, 2026

ଅନୁଭବ ମହାନ୍ତିଙ୍କ ନାମରେ ନିର୍ଯାତନା ଅଭିଯୋଗ ଆଣି ଅଦାଲତର ଦ୍ବାରସ୍ଥ ହେଲେ ପତ୍ନୀ ବର୍ଷା ପ୍ରିୟଦର୍ଶନୀ

241 Views

କଟକ : ଓଲିଉଡ୍‌ ସୁପର୍‌ଷ୍ଟାର୍‌ ତଥା ବିଜେଡ଼ି ସାଂସଦ ଅନୁଭବ ମହାନ୍ତିଙ୍କ ନାମରେ ନିର୍ଯାତନା ଅଭିଯୋଗ ଆଣି ଅଦାଲତର ଦ୍ବାରସ୍ଥ ହୋଇଛନ୍ତି ପତ୍ନୀ ତଥା ଓଲିଉଡ୍‌ର ସୁପରିଚିତା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ। ସେ କଟକ ଏସ୍‌ଡିଜେଏମ୍‌  ଅଦାଲତରେ ସ୍ବାମୀ ଅନୁଭବଙ୍କ ନାମରେ ନିର୍ଯାତନା ଅଭିଯୋଗ ଆଣିବା ସହ ଭରଣପୋଷଣ ବାବଦରେ ଅର୍ଥ ଦାବି କରିଛନ୍ତି। ଅନୁଭବଙ୍କ ବିରୋଧରେ ଘରୋଇ ହିଂସା ସହ ମାନସିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି ପତ୍ନୀ ବର୍ଷା। କେବଳ ସେତିିକି ନୁହେଁ, ବର୍ଷା ପ୍ରିୟଦର୍ଶନୀ ଅନୁଭବଙ୍କ ବିରୋଧରେ ଶାରୀରିକ ନିର୍ଯାତନାର ଅଭିଯୋଗ ଆଣିବା ସହ ସୁରକ୍ଷା ମଧ୍ୟ ଚାହିଁଛନ୍ତି । ଅନ୍ୟପକ୍ଷରେ ଏ ନେଇ ସାଂସଦ ଅନୁଭବ ମହାନ୍ତି କହିଛନ୍ତି ଯେ ତାଙ୍କୁ ଏଯାଏ କୌଣସି ଲିଗାଲ୍ ନୋଟିସ୍ ମିଳିନାହିଁ । ଯଦି  ନୋଟିସ ଆସେ ସେ ସମସ୍ତଙ୍କୁ ଜଣାଇବେ।  ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ବର୍ଷା ଏବେ ମଧ୍ୟ ଅନୁଭବଙ୍କ ଘରେ ହିଁ ଅଛନ୍ତି।

ସରକାରୀ ୱେବସାଇଟ୍ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ, ଏହି ମାମଲାର ପଞ୍ଜିକରଣ ସଂଖ୍ୟା ସିଆର୍‌ଏଲ୍‌ଏମ୍‌ସି ନଂ ୯୪/୨୦୨୦ ହୋଇଥିବା ବେଳେ ଏହା ଅଗଷ୍ଟ ୭ ତାରିଖ ଦିନ ପଞ୍ଜିକୃତ ହୋଇଛି। ପ୍ରୋଟେକ୍‌ସନ ଅଫ୍‌ ଓମେନ୍‌ ଫ୍ରମ୍‌ ଡୋମେଷ୍ଟିକ୍‌ ଭାଓଲେନ୍ସ ଆକ୍ଟ ୨୦୦୫ର ଦଫା ୧୨,୧୭, ୧୮, ୧୯, ୨୦ ଓ ୨୨ରେ ମକଦ୍ଦମା ଦାୟର ହୋଇଛି । ମାମଲାର  ଶୁଣାଣି ଆସନ୍ତା ୭ ତାରିଖରେ ହେବ ବୋଲି ସ୍ଥିରୀକୃତ ହୋଇଛି।

By amfnews

Related Post