Sat. Mar 7th, 2026

ଅନୁଗୁଳ: ପିକ୍‌ନିକ୍‌ ପାର୍ଟି ବସ ସହିତ ଟ୍ରକ୍‌ର ମୁହାଁମୁହିଁ ଧକ୍କା, ବସ୍‌ ଦୁର୍ଘଟଣାଗ୍ରସ୍ତ, ୪୨ ଆହତ

245 Views

ଅନୁଗୁଳ, ଡିସେମ୍ବର ୨୬  : ଜିଲ୍ଲାର ବଅଁରପାଳ ଥାନା ଅନ୍ତର୍ଗତ ଗୋଟମରା ନିକଟରେ ଗତକାଲି ବିଳମ୍ବିତ ରାତିରେ ମଣିଶିବ ନାମକ ଏକ ଯାତ୍ରୀବାହୀ ବସ ସହିତ ଏକ ଟ୍ରକ୍‌ର ମୁହାଁମୁହିଁ ଧକ୍‌କା ହୋଇଛି। ଏହି ଦୁର୍ଘଟଣାରେ ମୋଟ୍‌ ୪୧ ଜଣ ଯାତ୍ରୀ ଆହତ ହୋଇଛନ୍ତି।ଏହି ବସ ଦୁର୍ଘଟଣା ଖବର ପାଇ ପୁଲିସ ଓ ଦମକଳ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ବଡ଼ହାଟ ଓ ଠାକୁରପାଟଣା ଅଞ୍ଚଳର କେତେକ ଲୋକ ଗତକାଲି ପିକ୍‌ନିକକରିବା ପାଇଁ ମଣିଶିବ ନାମକ ଏକ ଘରୋଇ ବସ ଯୋଗେ ରାଉରକେଲା ଯାଉଥିବା ବେଳେ ସମ୍ମୁଖ ଭାଗରୁ ଆସୁଥିବା ଏକ ଟ୍ରକ୍‌ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ବସରେ ଥିବା ଯାତ୍ରୀମାନେ ଶୋଇ ପଡ଼ିଥିବାରୁ ଏହି ଦୁର୍ଘଟଣାରେ ସମସ୍ତ ଯାତ୍ରୀ ଆହତ ହୋଇଥିଲେ। ଯାତ୍ରୀମାନଙ୍କ ମଧ୍ୟରେ ୧୭ ଜଣ ମହିଳା ଓ ୪ ଜଣ ଶିଶୁ ଥିବା ଜଣାଯାଇଛି। ସମସ୍ତ ଆହତମାନଙ୍କୁ ଉଦ୍‌ଦାର କରାଯାଇ ଅନୁଗୁଳ ଡାକ୍ତରଖାନାରେ ଚିକିିତ୍ସା କରାଯାଉଛି। ବଅଁରପାଳ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

By amfnews

Related Post