Sat. Mar 7th, 2026

ଅନୁଗୁଳ: ଇଲେକ୍ଟ୍ରିକ୍‌ ହିଟର୍‌ରେ ପଡ଼ି ୧୧ ମାସର ପୁଅ ମୃତ

238 Views

ଅନୁଗୁଳ, ନଭେମ୍ବର ୧୮: ରବିବାର ସକାଳେ ଅନୁଗୁଳ ସହର ଉପକଣ୍ଠ କୁମଣ୍ଡ ଗାଁ’ରେ ଜଳନ୍ତା ଇଲେକ୍ଟ୍ରିକ୍‌ ହିଟର୍‌ରେ ପଡ଼ି ଜଣେ ଶିଶୁର ମୃତ୍ୟୁ ଘଟିଛି।

ମୃତ ଶିଶୁଟି ହେଉଛି ସୁନା ସାହୁଙ୍କ ପୁଅ। ୧୧ ମାସର ସେ ପୁଅଟିକୁ ସୁନାଙ୍କର ଜଣେ ସମ୍ପର୍କୀୟ ପିଲା ଧରିଥିଲା। କୌଣସି କାରଣରୁ ଶିଶୁପୁତ୍ରଟି ତାଙ୍କ ହାତରୁ ଖସି ହିଟର୍‌ ଉପରେ ପଡ଼ି ଯିବାରୁ ବିଜୁଳି ପ୍ରବାହ ସଂସ୍ପର୍ଶରେ ଆସି ଘଟନାସ୍ଥଳରେ ହିଁ ମରିଯାଇଥିଲା।

ଖବର ପାଇ ଅନୁଗୁଳ ପୁଲିସ ମୃତ ଶିଶୁର ଶବ ଉଦ୍ଧାର କରିଛି। ସମ୍ପ୍ରତି ବ୍ୟବଚ୍ଛେଦ ନିମନ୍ତେ ଶବକୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଛି।

By amfnews

Related Post