Wed. Mar 11th, 2026

ଅନାସ୍ଥା ଭୋଟ୍‌ ଜିଣିଲେ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ମେ’

208 Views

ଲଣ୍ଡନ, ଜାନୁଆରୀ ୧୭ : ବୁଧବାର ଦିନ ଅନାସ୍ଥା ପ୍ରସ୍ତବା ଜିଣି ସାଧାରଣ ନିର୍ବାଚନକୁ ଆଡ଼େଇବା ପରେ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ତେରେସା ମେ’ ସାଂସଦମାନଙ୍କୁ କହିଛନ୍ତି କି, ସେମାନେ ବ୍ୟକ୍ତିଗତ ସ୍ୱାର୍ଥକୁ ପାଖେଇ ଦେଇ ବ୍ରେକ୍‌ଜିଟ୍‌ ପ୍ରତି ଏକତ୍ର ଗଠନମୂଳକ କାମ କରନ୍ତୁ।

ଇଉରୋପୀୟ ସଂଘ ସହ ‘ବ୍ରେକ୍‌ଜିଟ୍‌ ଡିଭୋର୍ସ’ ରାଜିନାମା ପ୍ରସଙ୍ଗରେ ଐତିହାସିକ ସଂସଦୀୟ ପରାଜୟ ଲାଭକରିବାର ଦିନକ ପରେ ପ୍ରଧାନମନ୍ତ୍ରୀ ମେ’ ୩୨୫ ଖଣ୍ଡ ଭୋଟ୍‌ ଦ୍ୱାରା ଅନାସ୍ଥା ପ୍ରସ୍ତାବରେ ବିଜୟିନୀ ହୋଇଥିଲେ। ଭୋଟ୍‌ ଗ୍ରହଣ ପୂର୍ବରୁ ୬ ଘଣ୍ଟାକାଳ ତର୍କ ହୋଇଥିଲା।

ଭୋଟ୍‌ ଗ୍ରହଣ ପରେ ୧୦ ଡାଉନିଙ୍ଗ୍‌ ଷ୍ଟ୍ରିଟ୍‌ ବାହାରେ ମେ’ କହିଥିଲେ କି, ସରକାର ପାର୍ଲାମେଣ୍ଟ୍‌ର ଆସ୍ଥା ବିଜୟୀ ହୋଇଛନ୍ତି। ବ୍ରେକ୍‌ଜିଟ୍‌ ସଂକ୍ରାନ୍ତରେ ଉପାୟ କରିବାକୁ ଧ୍ୟାନ ଦେବା ଲାଗି ଏବେ ଏହା ଆମକୁ ସମସ୍ତ ସୁଯୋଗ ପ୍ରଦାନ କରିଛି।

ଅନାସ୍ଥା ଭୋଟ୍‌ ଜିଣିବା ପରେ ଏକ ଟେଲିଭିଜନ୍‌ ସାକ୍ଷାତ୍‌କାରରେ ମେ’ କହିଛନ୍ତି: ବ୍ରିଟିସ୍‌ ଜନସାଧାରଣଙ୍କ ନିର୍ଦେଶ ଅନୁସାରେ ୟୁରୋପୀୟ ସଂଘ ଛାଡ଼ିବା ଲାଗି ପ୍ରତିଶ୍ରୁତି ପାଳନ କରିବା ତାଙ୍କର କର୍ତ୍ତବ୍ୟ। ଏବଂ ତାହା କରିବା ମୋର ଉଦ୍ଦେଶ୍ୟ।

By amfnews

Related Post