Sun. Mar 8th, 2026

ଅନାଥ ଶିଶୁଙ୍କ ସହ ମଧ୍ୟାହ୍ନ ଭୋଜନ ଖାଇଲେ ଗଣଶିକ୍ଷା ମନ୍ତ୍ରୀ

163 Views

ମାଲକାନଗିରି : ମାଲକାନାଗିରି ସଦର ମହକୁମାରେ ଥିବା ଶିଶୁ ଗୃହରେ ଅନାଥ ଶିଶୁଙ୍କ ସହ ବସି ମଧ୍ୟାହ୍ନ ଭୋଜନ ଖାଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ। ମନ୍ତ୍ରୀଙ୍କ ସହିତ ଉନ୍ନୟନ ସଚିବ ମଧ୍ୟ ରହିଥିଲେ।

ଏହି ସମୟରେ ଜିଲ୍ଲାର ସମସ୍ତ  ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ ଏବଂ ସେମାନଙ୍କ କାର୍ଯ୍ୟକୁ ମଧ୍ୟ ସମୀକ୍ଷା କରାଯାଇଥିଲା। ଏହି ଅବସରରେ ମାଲକାନାଗିରିରେ ଥିବା ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା ହୋଇଥିଲା।

By amfnews

Related Post