Tue. Nov 5th, 2024

ଅନଲାଇନ୍ ଠକେଇ, ଦିଲ୍ଲୀରୁ ଗିରଫ ନାଇଜେରିଆ ଠକଙ୍କୁ ଭୁବନେଶ୍ୱର ଅଣାଗଲା

By amfnews Jun 3, 2018 #Featured
199 Views

ଭୁବନେଶ୍ୱର: ଓଡ଼ିଶା ଏବଂ ମହାରାଷ୍ଟ୍ରରେ ଅନ୍ଲାଇନ ମାଧ୍ୟମରେ ଅର୍ଥ ହଡପ କରୁଥିବା ଦୁଇ ନାଇଜେରିଆ ନାଗରିକ ଠକଙ୍କୁ ଓଡିଶା ପୋଲିସ୍ର କ୍ରାଇମବ୍ରାଞ୍ଚ ସାଇବର ସେଲ ନୂଆ ଦିଲ୍ଲୀରୁ ଗିରଫ କରି ଭୁବନେଶ୍ୱର ଆଣିଛି । ସାଇବର ସେଲର ଏକ ଦଳ ଦିଲ୍ଲୀରେ ଚଢଉ କରି ଏମାନଙ୍କୁ ଗରିଫ କରିଥିଲା । ଏମାନେ ଅନଲାଇନ୍ ମାଧ୍ୟମରେ ବିଭିନ୍ନ ପ୍ରକାର ଲୋଭନୀୟ ଲଟେରୀ ଅଫର ଦେଖାଇ ଅର୍ଥ ଡିପୋଜିଟ୍ କରିବା ଆଳରେ ଓଡ଼ିଶା ଏବଂ ମହାରାଷ୍ଟ୍ର ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟର ସବିଶେଷ ତଥ୍ୟ ହାସଲ କରି ଆକାଉଣ୍ଟରୁ ସବୁ ଟଙ୍କା ନେଇ ଯାଉଥିଲେ । ଓଡ଼ିଶା ଲୋକଙ୍କ ଠୁ ପ୍ରାୟ ୧୦.୫୦ ଲକ୍ଷ ଟଙ୍କା ଠକିଥିବା ଜଣାପଡିଛି । ଗିରଫ ହୋଇଥିବା ଠକ ଦୁଇ ଜଣ ଓଡ଼ିଶା ଏବଂ ମହାରାଷ୍ଟ୍ର ପୋଲିସ୍ ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ରହିଛନ୍ତି । ଏମାନଙ୍କ ସହ ଆଉ କେଉଁମାନଙ୍କର ସମ୍ପର୍କ ଅଛି ନା ନାହିଁ ବୋଲି ଏମାନଙ୍କୁ କ୍ରାଇମ ବ୍ରାଞ୍ଚ ପଚରାଉଚରା କରିବ ।

By amfnews

Related Post