Sun. Mar 8th, 2026

ଅଦିନରେ ରଥଯାତ୍ରାକୁ ଦୃଢ଼ ବିରୋଧ, ଶ୍ରୀଜଗନ୍ନାଥ ସେନାର ଏତଲା

176 Views

ପୁରୀ : ଶ୍ରୀମଦ ନାରଦୀୟ ଭାଗବତ ନିକୁଞ୍ଜ ଟ୍ରଷ୍ଟ ଉତ୍ତରପ୍ରଦେଶର ଗାଜିଆବାଦରେ ଆସନ୍ତା ୨୯ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଆୟୋଜନ କରୁଛି । ଅଦିନରେ ଏହି ରଥଯାତ୍ରା ଆୟୋଜନକୁ ପୁରୀର ଶ୍ରୀଜଗନ୍ନାଥ ସେନା ଦୃଢ଼ ବିରୋଧ କରିଛି। ଏ ସଂକ୍ରାନ୍ତରେ ଆୟୋଜକଙ୍କ ନାଁ’ରେ ସଂଗଠନର ଆବାହକ ତଥା ଆଇନଜୀବୀ ପ୍ରିୟଦର୍ଶନ ପଟ୍ଟନାୟକ ସିଂହଦ୍ବାର ଥାନାରେ ଲିଖିତ ଏତଲା ଦେଇଛନ୍ତି। ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ବିତୀୟ ତିଥିରେ ହିଁ ରଥଯାତ୍ରା ଆୟୋଜନ କରାଯାଇଥାଏ। ଏହା ସ୍କନ୍ଧ ପୁରାଣରେ ଉଲ୍ଲେଖ ରହିଛି। ଏହାକୁ ଉଲ୍ଲଙ୍ଘନ କରି ଅଦିନରେ ରଥଯାତ୍ରା ଆୟୋଜନ ଶାସ୍ତ୍ର ବିରୋଧୀ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଏହା ହିନ୍ଦୁ ଧର୍ମ ପ୍ରତି ଘୋର ଅପମାନ। ଏହାକୁ ଗୁରୁତର ସହ ନେଇ ସଂପୃକ୍ତ ଟ୍ରଷ୍ଟ ଓ ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି।

By amfnews

Related Post