Sat. Mar 7th, 2026

ଅଦନାନ ସାମୀଙ୍କୁ ପଦ୍ମଶ୍ରୀ ସମ୍ମାନ, କଂଗ୍ରେସ କହିଲା ‘ଚାମଚାଗିରିର ମ୍ୟାଜିକ’

275 Views

ନୂଆଦିଲ୍ଲୀ: ଭାରତୀୟ ନାଗରିକତା ଗ୍ରହଣ କରିଥିବା ଗାୟକ ଅଦନାନ ସାମୀଙ୍କୁ ପଦ୍ମଶ୍ରୀ ସମ୍ମାନରେ ଘୋଷିତ କରିବାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି। ଅଦନାନଙ୍କ ବାପା ଜଣେ ପାକିସ୍ତାନ ବାୟୁସେନାର ଭେଟେରାନ ଅଧିକାରୀ। ସେ ଭାରତ ବିପକ୍ଷରେ ଯୁଦ୍ଧ ଲଢ଼ିଛନ୍ତି। ତାଙ୍କ ପୁଅକୁ କେନ୍ଦ୍ର କେଉଁ ଆଧାରରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କଲା ତା’କୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ନେତା ଜୟବୀର ଶେରଗିଲ।

ଏହାବାଦ୍ କାରଗିଲ ଯୁଦ୍ଧର ସେନା ଅଧିକାରୀ ମହମ୍ମଦ ସନାଉଲହା ଆସାମ ଏନଆରସି ତାଲିକାରୁ ବାଦ୍ ପଡ଼ିଥିବାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି। ଯିଏ ଦେଶ ପାଇଁ କାମ କରିଛି ତା’କୁ କେନ୍ଦ୍ର ଦେଶର ନାଗରିକ ବୋଲି ଗ୍ରହଣ କରିବାକୁ ନାରାଜ। ଅନ୍ୟପଟେ ଯେଉଁ ବ୍ୟକ୍ତି ଭାରତ ବିରୋଧରେ ଯୁଦ୍ଧ ଲଢ଼ିଛନ୍ତି ତାଙ୍କ ପୁଅକୁ କେନ୍ଦ୍ର ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରିବାକୁ ନେଇ କେନ୍ଦ୍ରକୁ ସମାଲୋଚନା କରିଛନ୍ତି ଏହି କଂଗ୍ରେସ ନେତା। ଏଭଳି ନାଗରିକତା ପ୍ରଦାନ କରି କେନ୍ଦ୍ରର ଶାସକ ଦଳ ବିଜେପି ନୂଆ ଟ୍ରେଣ୍ଡ ତିଆରି କରୁଛି। ଏହା ନ୍ୟୁ ଇଣ୍ଡିଆ କି ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି। ଏହା ‘ଏନଆରସିର ମ୍ୟାଜିକ ଏବଂ ସରକାରଙ୍କ ଚାମଚାଗିରି’ ବୋଲି କଂଗ୍ରେସ ମୁଖପାତ୍ର ଜୟବୀର ଶେରଗେଲ କହିଛନ୍ତି।

Jaiveer Shergill

@JaiveerShergill

पर BJP से ३ प्रश्न
1.पाक के खिलाफ लड़ने वाला भारत का सिपाही घुसपैठिया,और पाक वायुसेना के अफसर के बेटे को सम्मान?
2. के लिए समाज में योगदान जरुरी है या सरकार का गुणगान?
3. क्या Padmashri के लिए नया मानदंड है “करो सरकार की चमचागिरी मिलेगा तुमको ”?

ରବିବାର ଦେଶ ୭୧ତମ ଗଣତନ୍ତ୍ର ଦିବସ ପାଳନ କରିଛି। ଏହି ଅବସରରେ ଶନିବାର ରାତିରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ୧୧୮ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯିବ ବୋଲି ଘୋଷଣା କରିଛି। ଏହି ତାଲିକାରେ ଅଦନାନ ସାମୀ ରହିଛନ୍ତି। ତାଙ୍କ ରାଜ୍ୟ ମହାରାଷ୍ଟ୍ର ବୋଲି ଉଲ୍ଲେଖ ରହିଛି।

ସୂଚନାଯୋଗ୍ୟ, ଅଦନାନ ସାମୀ ପାକିସ୍ତାନର ଜଣେ ଭେଟେରାନ ବାୟୁସେନା ଅଧିକାରୀଙ୍କ ପୁଅ। ଲଣ୍ଡନରେ ଜନ୍ମିତ ଏହି ଗାୟକ ୨୦୧୫ରେ ଭାରତର ନାଗରିକତା ପାଇଁ ଆବେଦନ କରିଥିଲେ। ୨୦୧୬ରେ କେନ୍ଦ୍ର ସରକାର ତାଙ୍କୁ ଦେଶର ନାଗରିକ ମାନ୍ୟତା ଦେଇଛି।

By amfnews

Related Post