121 Views
ଭୁବନେଶ୍ୱର : ଆଠଗଡ଼, ଖୁଣ୍ଟୁଣି, ବଡ଼ମ୍ବା, ଢେଙ୍କାନାଳ ପରେ ରାଜଧାନୀ ପର୍ଯ୍ୟନ୍ତ ଲମ୍ବିଛି ବଜ୍ରକାପ୍ତା ଚୋରାଚାଲାଣ କାରବାର ।ରାଜଧାନୀର ବରମୁଣ୍ଡାରୁ ଦୁଇ ବଜ୍ରକାପ୍ତା ଚୋରା ଚାଲାଣକାରୀ ଗତକାଲି ଗିରଫ ହୋଇଛନ୍ତି। ସେମାନେ ହେଲେ ତୀର୍ଥବାସୀ ମାଝୀ ଓ ଦିଲୀପ ନାୟକ। ସେମାନେ ଅଟୋରେ ବଜ୍ରକାପ୍ତା ଚୋରା ଚାଲାଣ କରୁଥିବା ବେଳେ ସୂଚନା ପାଇ ଆଠଗଡ଼ ବନଖଣ୍ଡର ସ୍ୱତନ୍ତ୍ର ଟିମ୍ ଉଭୟଙ୍କୁ ଗିରଫ କରିଥିଲା।
ଏହି ଘଟଣା ପରେ ବଜ୍ରକାପ୍ତା ଚୋରା ଚାଲାଣ କାରବାରରେ ଗିରଫଦାରି ସଂଖ୍ୟା ୨୨ ଛୁଇଁଲା । ପୂର୍ବରୁ ଗିରଫଙ୍କ ମଧ୍ୟରେ ଶ୍ୱଶୁର ଜ୍ୱାଇଁ ଗ୍ୟାଙ୍ଗ୍ ସମେତ ଅନେକ ପୁରୁଣା ବନ୍ୟଜନ୍ତୁ ଚୋରା ଚାଲାଣକାରୀ ସାମିଲ ଥିବା ଆଠଗଡ଼ ଡିଏଫଓ ସସ୍ମିତା ଲେଙ୍କା ସୂଚନା ଦେଇଛନ୍ତି ।