Sat. Mar 7th, 2026

ଅଜୟ ଦେବଗନ୍ ନିଭାଇଥିବା ଏହି ଚରିତ୍ରରେ ନଜର ଆସିବେ ହିତ୍ରିକ ରୋଶନ!

222 Views

ମୁମ୍ବାଇ: ସଞ୍ଜୟ ଲୀଲା ଭଂସାଲୀ ଏବେ ‘ଗଙ୍ଗୁବାଈ କାଠିଆଓ୍ୱାଡୀ’ ଟାଇଟଲରେ ଏକ ଫିଲ୍ମ ନିର୍ମାଣ କରୁଛନ୍ତି। ଏହି ସିନେମାରେ ସୁପରଷ୍ଟାର ହିତ୍ରିକ ରୋଶନଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନେବାକୁ ଆଗ୍ରହ ଦେଖାଇଥିବା ଜଣାଯାଇଛି। ଏବେ ଶୁଣିବାକୁ ମିଳିଛି ଯେ, ହ୍ରିତିକ ରୋଶନଙ୍କୁ ମୁମ୍ବାଇର ଡନ ହାଜୀ ମସ୍ତାନ ରୋଲପାଇଁ ସାଇନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ସଞ୍ଜୟ । ହିତ୍ରିକଙ୍କୁ ଏହି ରୋଲ ପାଇଁ ସଞ୍ଜୟ ଲୀଲା ଭଂସାଲୀ ଇତିମଧ୍ୟରେ ଅଫର୍ ଦେଇସାରିଥିବା ଜଣାଯାଇଛି।

Image result for once upon a time in mumbai

ଆଗରୁ ପରଦାରେ ବଲିଉଡ ଅଭିନେତା ଅଜୟ ଦେବଗନ୍ ଏହି ହାଜୀ ମସ୍ତାନ ଭୂମିକାରେ ଚମତ୍କାର ଅଭିନୟ କରି ଚର୍ଚ୍ଚିତ ହୋଇଥିଲେ। ହଁ ଅଜୟ ମିଲନ ଲୁଥ୍ରିଆଙ୍କ ନିର୍ଦ୍ଦେଶିତ ‘ୱାନସ ଅପଅନ ଏ ଟାଇମ୍ ଇନ୍ ମୁମ୍ବାଇ’ରେ ହାଜୀ ମସ୍ତାନ ଭୂମିକାରେ ଅଭିନୟ କରିଥିଲେ।

ଯଦି ହ୍ରିତିକ  ‘ଗଙ୍ଗୁବାଈ କାଠିଆଓ୍ୱାଡୀ’ ଫିଲ୍ମରେ କାମ କରିବାକୁ ରାଜି ହୁଅନ୍ତି, ତେବେ ଭଂସାଲୀଙ୍କ ସହିତ ତାଙ୍କର ଦ୍ୱିତୀୟ ଫିଲ୍ମ ପ୍ରାୟ ୯ ବର୍ଷ ପରେ ପୁଣି ଥରେ ଦୁହେଁ ଏକତ୍ର କାମ କରିବେ। ଏହା ପୂର୍ବରୁ ହ୍ରିତିକ ୨୦୧୦ରେ ମୁକ୍ତିଲାଭ କରିଥିବା ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ଗୁଜାରିଶ ’ରେ କାମ କରିଥିଲେ।

By amfnews

Related Post