313 Views
ମୁମ୍ବାଇ, ଫେବୃଆରୀ ୨୨ : ଏ ୱେଡ଼ନେସ ଡ଼େ, ସ୍ପେସିଆଲ-୨୬, ବେବି ଓ ଏମ.ଏସ ଧୋନୀ : ଦ ଅନଟୋଲ୍ଡ ଷ୍ଟୋରୀ ଭଳି କିଛି ଚର୍ଚ୍ଚିତ ସିନେମା ନିର୍ମିତ କରୁଥିବା ନିର୍ଦ୍ଦେଶକ ନିରୋଜ ପାଣ୍ଡେଙ୍କ ଆଉ ଏକ ଫିଲ୍ମ ‘ଚାଣକ୍ୟ’ ଆସୁଛି । ପୂର୍ବବର୍ଷ ନିରଜଙ୍କ ନିର୍ଦ୍ଦେଶିତ ମନୋଜ ବାଜପାୟୀ ଓ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ଏକ ସିନେମା ‘ଆୟୋରୀ’ ସମ୍ପୂର୍ଣ୍ଣ ଭାବେ ଫ୍ଲଫ ହୋଇଛି ।
ଏହାପରେ ସେ ସାଉଥ ଇଣ୍ଡିଆନର ସୁପରହିଟ ସିନେମା ‘ବିକ୍ରମୱଧା’ ର ରିମେକ ପ୍ରସ୍ତୁତ କରିବା ପାଇଁ ଶାହାରୁଖ ଓ ମାଧୱାନଙ୍କ ଠାରୁ ଅନୁମତି ଆଣିଥିଲେ । ସେ ଅଜୟ ଦେବଗାନ ଓ ରଣବୀର କପୁରଙ୍କୁ ନେଇ ସେହି ଫିଲ୍ମଟି କରିବାକୁ ଚାହୁଁଥିଲେ । ଅଜୟ ଦେବଗାନ ଏହି ସିନେମାରେ ଅଭିନୟ କରିବାକୁ ରାଜି ହୋଇଥିଲେ କିନ୍ତୁ ଅନ୍ୟ କୋଣସି ଅଭିନେତା ଭିଲେନ ରୂପରେ ଅଭିନୟ କରିବାକୁ ପସନ୍ଦ କରୁ ନାହାଁନ୍ତି ବୋଲି କଣା ପଡିଛି ।
ଅଜୟ ଦେବଗନଙ୍କ ଏକ ସୂତ୍ର ଅନୁଯାୟୀ, ଫିଲ୍ମ ଚାଣକ୍ୟ ଏବେ ଆରମ୍ଭ ହେଉ ନାହିଁ । ଏଥିପାଇଁ ଏବେ ସ୍କ୍ରିପ୍ଟ ପ୍ରସ୍ତୁତ ହୋଇ ନାହିଁ ଏବଂ ଏଥିପାଇଁ ଅନ୍ୟ କଳାକାରମାନେ ମଧ୍ୟ ପ୍ରସ୍ତୁତ ନାହାଁନ୍ତି । ଏହାକୁ ନଜରରେ ରଖି ଅଜୟ ଏବେ ରିଜର୍ଭ ତାରିଖକୁ ଅନ୍ୟ ନିର୍ଦ୍ଦେଶକଙ୍କୁ କହିଛନ୍ତି ।