Sat. Mar 7th, 2026

ଅଜଣା ଯୁବକଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ

223 Views

ବାରିପଦା/ବେତନଟି: ଆଜି ସକାଳେ ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ଦହିକୋଟ ପଞ୍ଚାୟତର ରାମଚନ୍ଦ୍ରପୁର ଗାଁ ନିକଟରେ ଜଣେ ଯୁବକଙ୍କ ମୃତଦେହ ଜବତ କରାଯାଇଛି। ପାରିପାର୍ଶ୍ୱିକ ଅବସ୍ଥାକୁ ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଗୁରୁତରପୂଣ୍ଣ ହେଉଛି ମୃତ ଯୁବକଙ୍କର ବର୍ତ୍ତମାନ ସୁଦ୍ଧା ପରିଚୟ ଜଣାପଡ଼ି ନାହିଁ।


ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ଦହିକୋଟ ପଞ୍ଚାୟତର ରାମଚନ୍ଦ୍ରପୁର ଗାଁ ନିକଟରେ ଓ ଆର ୧୧ -୭୮୦୬ ନମ୍ବର ବିଶିଷ୍ଟ ଏକଟିଭିଏସ ମୋଟର ସାଇକେଲ ରଖାଯାଇଥିବା ବେଳେ ସେଠାରୁ ଅଳ୍ପ ଦୂରରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ସ୍ଥନୀୟ ଲୋକେ ଦେଖିବାକୁ ପାଇଥିଲେ। ଯୁବକ ଜଣକ ତଳକୁ ମୁହଁ କରି ପଡ଼ିଥିବା ବେଳେ ଏକ ଜିନ୍‌ ପ୍ୟାଣ୍ଟ ଓ ଟି ସାର୍ଟ ପିନ୍ଧିିଥିବା ଦେଖିବାକୁ ମିଳିଛି। ତେବେ ମୃତଦେହ ନିକଟରେ ଆଖପାଖ ଗାଁର ଲୋକେ ପହଞ୍ଚଇଥିଲେ ମଧ୍ୟ କେହି ମୃତଦେହକୁ ଚିହ୍ନଟ କରି ପାରୁ ନ ଥିବାରୁ , ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ଲୋକେ ସନ୍ଦେହ କରୁଛନ୍ତି। ଏ ସମ୍ପର୍କରେ ଗାଁ ଲୋକେ ପୁଲିସକୁ ଖବର ଦେଇଛନ୍ତି। ପୁଲିସ ପହଞ୍ଚି ମୃତଦେହ ପଞ୍ଚନାମା କରି ବ୍ୟବଛେଦ କରାଇବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି କୁହାଯାଉଛି।

By amfnews

Related Post